୪ ଲେନ୍ ହେବ ଶେରଗଡ଼-ନୀଳଗିରି ଜାତୀୟ ରାଜପଥ, ୧୨୫କୋଟି ମଞ୍ଜୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଶେରଗଡ଼-ନୀଳଗିରି-ଝରଣାଘାଟି ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ୧୨୫କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି ଯେ, ଏହି ୧୨୫ କୋଟି ଟଙ୍କାରେ ଦୁଇଥାକିଆ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ନିମନ୍ତେ ମଞ୍ଜୁର କରାଯାଉଛି। ସିଆରଆଇଏଫରୁ ଏହି ଅର୍ଥ ଦିଆଯାଇଛି। ଏହି […]

Nitin-gadkari

Manoranjan Sial
  • Published: Thursday, 03 December 2020
  • , Updated: 03 December 2020, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଶେରଗଡ଼-ନୀଳଗିରି-ଝରଣାଘାଟି ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ୧୨୫କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସୂଚନା ଦେଇଛନ୍ତି।

ଶ୍ରୀ ଗଡ଼କରୀ କହିଛନ୍ତି ଯେ, ଏହି ୧୨୫ କୋଟି ଟଙ୍କାରେ ଦୁଇଥାକିଆ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ନିମନ୍ତେ ମଞ୍ଜୁର କରାଯାଉଛି। ସିଆରଆଇଏଫରୁ ଏହି ଅର୍ଥ ଦିଆଯାଇଛି। ଏହି ଅର୍ଥ ବ୍ୟତୀତ ଜାତୀୟ ରାଜପଥ-୧୮ରେ ଅଗିରା ନିକଟରେ ଓଭରବ୍ରିଜ୍ ନିର୍ମାଣ, ଶେରଗଡ଼-ଖଣ୍ଟାପଡ଼ା ମଧ୍ୟରେ ଗୌଡ଼ୁଣୀପୋଖରୀ ନିକଟରେ ଅଣ୍ଡରପାସ୍ ନିର୍ମାଣ ଏବଂ ଜାତୀୟ ରାଜପଥ-୧୬ (ଭଦ୍ରକ-ବାଲେଶ୍ୱର ସେକ୍ସନ), ଜାତୀୟ ରାଜପଥ-୧୮ (ବାଲେଶ୍ୱର-ବାରିପଦା-ଝାରପୋଖରିଆ ସେକ୍ସନ) ଏନଏଚ-୬୦ (ବାଲେଶ୍ୱର-ଖଡ଼ଗପୁର ସେକ୍ସନ) ପାଇଁ ପୂର୍ବରୁ ଟଙ୍କା ମଞ୍ଜୁର ସରିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।

ଏହି ଅର୍ଥ ମଞ୍ଜୁର କରିବାପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related story