ବିଧାନସଭାରେ ଆଗତ ହେଲା ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୩ବର୍ଷ ଧରି ଅଟକି ରହିଥିବା ପୌର ନିର୍ବାଚନ ପାଇଁ ବାଟ ଫିଟିଛି। ରାଜ୍ୟ ସରକାର ବିଧାନସଭାରେ ଆଜି ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଛନ୍ତି। ଆଜି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ବିଲ୍ ଆଗତ କରିଛନ୍ତି। ଗୃହରେ ଆଗତ କରିଥିବା ବିଲ୍ ର ଉଦ୍ଦେଶ୍ୟ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା ଦର୍ଶାଇଛନ୍ତି […]

odisha assembly

Ordigital Desk
  • Published: Monday, 06 September 2021
  • , Updated: 06 September 2021, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୩ବର୍ଷ ଧରି ଅଟକି ରହିଥିବା ପୌର ନିର୍ବାଚନ ପାଇଁ ବାଟ ଫିଟିଛି। ରାଜ୍ୟ ସରକାର ବିଧାନସଭାରେ ଆଜି ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଛନ୍ତି।
ଆଜି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ବିଲ୍ ଆଗତ କରିଛନ୍ତି। ଗୃହରେ ଆଗତ କରିଥିବା ବିଲ୍ ର ଉଦ୍ଦେଶ୍ୟ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା ଦର୍ଶାଇଛନ୍ତି ଯେ, ଓଡ଼ିଶା ହାଇକୋର୍ଟ ୨୦୧୮ ଏପ୍ରିଲ ୧୮ତାରିଖରେ ଦେଇଥିବା ରାୟ ଅନୁସାରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତରୁ ଅଧିକ ହେବା ଅନୁଚିତ୍।

ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷଣକୁ ଦେଖିଲେ ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ର ପ୍ରାବଧାନ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣରେ କୌଣସି ସଂଶୋଧନ ଆବଶ୍ୟକତା ନାହିଁ। କିନ୍ତୁ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଇନରେ ସଂଶୋଧନ ଆବଶ୍ୟକତା ରହିଛି। ତେବେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କୁ ମିଶାଇ ସର୍ବାଧିକ ମୋଟ ୫୦ ପ୍ରତିଶତ ସଂରକ୍ଷଣ ରହିବ। ଅବଶ୍ୟ ଭାରତୀୟ ସମ୍ବିଧାନର ଧାରା ୨୪୩-ଟି  ଅନୁସାରେ ପ୍ରତ୍ୟେକ ପୌରାଂଚଳର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସେଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ହେବ । ମାତ୍ର ଅଧ୍ୟକ୍ଷ ପଦରୁ କେତେ କେଉଁ ବର୍ଗ ଓ କାହା ପାଇଁ ସଂରକ୍ଷଣ ରହିବ ତାହା ସ୍ଥିର କରିବାର ଅଧିକାର ରାଜ୍ୟ ବିଧାନସଭାକୁ ପ୍ରଦାନ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା କେ.କ୍ରିଷ୍ଣାମୂର୍ତ୍ତି ମାମଲାରେ ଦିଆଯାଇଥିବା ରାୟକୁ ପାଳନ କରି ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ରେ ଥିବା ପ୍ରାବଧାନର ସଂଶୋଧନ ଆବଶ୍ୟକ ହୋଇଛି।
ଏହି ଆଇନ ବିଧାନସଭାରେ ପାରିତ ହେବାପରେ ରାଜ୍ୟରେ ପୌର ନିର୍ବାଚନ ନେଇ ମାର୍ଗ ପ୍ରଶସ୍ତ ହେବ।

Related story