ଡାକ୍ତରଖାନା ଶୌଚାଳୟରେ ପଡ଼ି ଚାଲିଗଲା ରୋଗୀର ଜୀବନ

ଜୟପୁର(ଟି ଗୌରିଶଙ୍କର):  ଡାକ୍ତରଖାନା ଶୌଚାଳୟରେ ପଡ଼ି ଚାଲିଗଲା ରୋଗୀଙ୍କ ଜୀବନ । ଏପରି ଅଘଟଣ କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ମୃତକ ହେଲେ କାଳୀ ଚରଣ ସିଂହ । ତାଙ୍କ ଘର ବୋରିଗୁମ୍ମା ଥାନା ଅନ୍ତର୍ଗତ ପୁଜାରିପୁଟରେ ବୋଲି ଜଣାଯାଇଛି। ଆସ୍ଥମା ରୋଗରେ ପୀଡ଼ିତ କାଳୀ ଚରଣ ଗତକାଲି  ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଆଡମିଟ ହୋଇଥିଲେ। ଚିକିତ୍ସା ସମୟରେ ଅକ୍ସିଜେନ ମଧ୍ୟ ଲାଗିଥିଲା ।  କାଲିଠୁ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା […]

dead

Niharika Rout
  • Published: Friday, 24 June 2022
  • , Updated: 24 June 2022, 11:40 AM IST

ଜୟପୁର(ଟି ଗୌରିଶଙ୍କର):  ଡାକ୍ତରଖାନା ଶୌଚାଳୟରେ ପଡ଼ି ଚାଲିଗଲା ରୋଗୀଙ୍କ ଜୀବନ । ଏପରି ଅଘଟଣ କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ମୃତକ ହେଲେ କାଳୀ ଚରଣ ସିଂହ । ତାଙ୍କ ଘର ବୋରିଗୁମ୍ମା ଥାନା ଅନ୍ତର୍ଗତ ପୁଜାରିପୁଟରେ ବୋଲି ଜଣାଯାଇଛି।

ଆସ୍ଥମା ରୋଗରେ ପୀଡ଼ିତ କାଳୀ ଚରଣ ଗତକାଲି  ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଆଡମିଟ ହୋଇଥିଲେ। ଚିକିତ୍ସା ସମୟରେ ଅକ୍ସିଜେନ ମଧ୍ୟ ଲାଗିଥିଲା ।  କାଲିଠୁ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ଆଜି ସକାଳେ ନିଜେ ଅକ୍ସିଜେନ  ବାହାର କରି ଶୌଚାଳୟ ଯାଇଥିଲେ କାଳୀ ଚରଣ । ମାତ୍ର ସେଠାରେ ସେ ପଡି ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଶୌଚାଳୟରୁ ନ ବାହାରିବାରୁ ପରିବାର ଲୋକେ ଭିତରକୁ ଯାଇ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଉଠାଇ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏପରି ଖବର ପାଇବା ପରେ ସଦର ଥାନା ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇଛି ।

Related story