ଡ୍ରାଇଭରଙ୍କୁ ମାରିଲା ଫିଟ୍‌ସ, ନନ୍ଦିଘୋଷ ରଥରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍‌

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଏକ ପିକଅପ୍‌ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ଡ୍ରାଇଭରଙ୍କୁ ଫିଟ୍‌ସ ମାରିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ରଥରେ ପିଟି ହୋଇଯାଇଥିବା ଜଣାଯାଇଛି। ଆଜି ସକାଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ରଥଖଳା ଦେଇ ଯାଉଥିଲା। ଏହି ସମୟରେ ଡ୍ରାଇଭର ଅସିତଙ୍କୁ ଫିଟ୍‌ସ ମାରିଥିଲା। ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇଥିଲା। ତା’ପରେ ନନ୍ଦିଘୋଷ ରଥରେ ପିଟି ହୋଇଥିଲା। ଆହତ […]

accident

Niharika Rout
  • Published: Monday, 20 June 2022
  • , Updated: 20 June 2022, 03:39 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଏକ ପିକଅପ୍‌ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ଡ୍ରାଇଭରଙ୍କୁ ଫିଟ୍‌ସ ମାରିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ରଥରେ ପିଟି ହୋଇଯାଇଥିବା ଜଣାଯାଇଛି।

ଆଜି ସକାଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ରଥଖଳା ଦେଇ ଯାଉଥିଲା। ଏହି ସମୟରେ ଡ୍ରାଇଭର ଅସିତଙ୍କୁ ଫିଟ୍‌ସ ମାରିଥିଲା। ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇଥିଲା। ତା’ପରେ ନନ୍ଦିଘୋଷ ରଥରେ ପିଟି ହୋଇଥିଲା।

ଆହତ ଦୁଇ ପର୍ଯ୍ୟଟକ ହେଲେ ଵୈଜୟନ୍ତୀ ସାହୁ ଏବଂ ଗିରୀଶ ସାହୁ ।  ଵୈଜୟନ୍ତୀଙ୍କ ବାମ ଗୋଡ ଭାଙ୍ଗିଯାଇଛି। ଗିରୀଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି। ଉଭୟ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡ୍ରାଇଭର ଅସିତ କୁମାର ଜେନା ମଧ୍ୟ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଡ୍ରାଇଭରଙ୍କୁ ଅଟକ ରଖିଛି। ଏହି ଦୁର୍ଘଟଣାରେ ନନ୍ଦିଘୋଷ ରଥର କ’ଣ କ୍ଷତି ହୋଇଛି, ତାହା ଜଣାପଡ଼ିନି ।

Related story