ବିନା ଯାତ୍ରୀରେ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ଦାବି ପରେ ଆଜି ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଲା ବିମାନ । ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ଛାଡ଼ିଲା ଗୁଜୁରାଟ ଭିତ୍ତିକ ବିମାନ ସେବା କମ୍ପାନୀ ଇଣ୍ଡିଆ ଏୟାର ୱାନ୍ ।  ୪୦ ମିନିଟ୍ ପରେ ଅର୍ଥାତ ସକାଳ ୧୦ଟା ୫୫ ମିନିଟ୍‌ରେ  ଏହା ଜୟପୁରରେ ପହଞ୍ଚିଛି । ପରୀକ୍ଷାମୂଳକ ଭାବେ ଏହା ବିମାନ ବିନା ଯାତ୍ରୀରେ ଉଡ଼ାଣ ଭରିଛି।  ପ୍ରାୟ ୧ ଘଣ୍ଟା ୫ ମିନିଟ୍‌ […]

flight

  • Published: Wednesday, 03 August 2022
  • , Updated: 03 August 2022, 01:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ଦାବି ପରେ ଆଜି ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଲା ବିମାନ । ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ଛାଡ଼ିଲା ଗୁଜୁରାଟ ଭିତ୍ତିକ ବିମାନ ସେବା କମ୍ପାନୀ ଇଣ୍ଡିଆ ଏୟାର ୱାନ୍ ।  ୪୦ ମିନିଟ୍ ପରେ ଅର୍ଥାତ ସକାଳ ୧୦ଟା ୫୫ ମିନିଟ୍‌ରେ  ଏହା ଜୟପୁରରେ ପହଞ୍ଚିଛି ।

ପରୀକ୍ଷାମୂଳକ ଭାବେ ଏହା ବିମାନ ବିନା ଯାତ୍ରୀରେ ଉଡ଼ାଣ ଭରିଛି।  ପ୍ରାୟ ୧ ଘଣ୍ଟା ୫ ମିନିଟ୍‌ ରହିବା ପରେ ମଧ୍ୟାହ୍ନ ୧୨ଟାରେ ଏହା ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଫେରିବ ।

ଏହାପରେ ଖୁବ୍‌ ଶୀଘ୍ର ଯାତ୍ରୀମାନେ ବି ବିମାନରେ ଭୁବନେଶ୍ୱରରୁ ଜୟପୁରକୁ ଯିବାର ସୁବିଧା ଉପଲବ୍ଧ କରିପାରିବେ । ଏନେଇ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଏହାଦ୍ୱାରା ଜୟପୁରରୁ ଛାତ୍ରଛାତ୍ରୀଙ୍କ ସମେତ ବ୍ୟବସାୟ କରୁଥିବା ବ୍ୟକ୍ତି ଖୁବ୍‌ ଶୀଘ୍ର ଆସି ଭୁବନେଶ୍ୱରରେ ପହଞ୍ଚିବେ ।

Related story