ପୁଲିସ ଚାକିରି କହି ଦେଲେନି, ଆମେ ଉଠାଇ ନେଲୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଠକେଇ ଅଭିଯୋଗରେ ଯୁବକଙ୍କୁ ଅପହରଣ ଅଭିଯୋଗ।  ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି ଚନ୍ଦକା ଥାନା ପୁଲିସ।  ଅପହୃତ ସଦାନନ୍ଦଙ୍କୁ ଉଦ୍ଧାର କରିବା ସହ ୨ ଅପହରଣକାରୀଙ୍କୁ ଗିରଫ କରିଛି ପୁଲିସ । ତେବେ ସୂଚନା ମୁତାବକ ଅନ୍ଧାରୁଆ ଅଂଚଳରେ ରହୁଥିବା ସଦାନନ୍ଦ ବେହେରା ଚାକିରୀ ଦେବା ନାମରେ ବିଭିନ୍ନ ଲୋକଙ୍କୁ ଠକୁଥିବାର ଅଭିଯୋଗ ହୋଇଥିଲା । ସେହିପରି ଦୁଇଜଣ ଅପହରଣକାରୀଙ୍କଠୁଁ ପୁଲିସ ଚାକିରୀ ଦେବା ନାଁ ରେ  ସାଢେ ୩ […]

kidnap

Tapas Behera
  • Published: Sunday, 11 July 2021
  • , Updated: 11 July 2021, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଠକେଇ ଅଭିଯୋଗରେ ଯୁବକଙ୍କୁ ଅପହରଣ ଅଭିଯୋଗ।  ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି ଚନ୍ଦକା ଥାନା ପୁଲିସ।  ଅପହୃତ ସଦାନନ୍ଦଙ୍କୁ ଉଦ୍ଧାର କରିବା ସହ ୨ ଅପହରଣକାରୀଙ୍କୁ ଗିରଫ କରିଛି ପୁଲିସ । ତେବେ ସୂଚନା ମୁତାବକ ଅନ୍ଧାରୁଆ ଅଂଚଳରେ ରହୁଥିବା ସଦାନନ୍ଦ ବେହେରା ଚାକିରୀ ଦେବା ନାମରେ ବିଭିନ୍ନ ଲୋକଙ୍କୁ ଠକୁଥିବାର ଅଭିଯୋଗ ହୋଇଥିଲା । ସେହିପରି ଦୁଇଜଣ ଅପହରଣକାରୀଙ୍କଠୁଁ ପୁଲିସ ଚାକିରୀ ଦେବା ନାଁ ରେ  ସାଢେ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ଦୁଇ ବର୍ଷ ପରେ ଟଙ୍କା କି ଚାକିରୀ ନ ଦେବାରୁ ସଦାନନ୍ଦକୁ ଅପହରଣ କରିଥିଲେ ପୁରୀ ଅଂଚଳର ପ୍ରମୋଦ ମହାନ୍ତି ଓ ନୟାଗଡ଼ର ସନ୍ତୋଷ ପଟ୍ଟନାୟକ । ପରେ ସଦାନନ୍ଦଙ୍କ ସ୍ତ୍ରୀକୁ ଫୋନ କରି ୪ ଲକ୍ଷରୁ ଊର୍ଧ୍ୱ ଟଙ୍କା ମାଗିଥିଲେ।   ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

ନମ୍ବରକୁ ଟ୍ରାକ କରି ପୁଲିସ ଖୋର୍ଦ୍ଧାର ଏକ ଫର୍ମା ହାଉସରେ  ଚଢ଼ାଉ କରିବା ପରେ ଅପହରକାରୀ ଓ ଅପହୃତାକୁ କାବୁ କରିଥିଲେ । ପରେ ପୂରା ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକକୁ ଗିରଫ କରିଛି ପୁଲିସ।  ସେହିପରି ସଦାନନ୍ଦକୁ ଠକେଇ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Related story