ବିଜୁବାବୁଙ୍କ ସାହସିକତାର ସ୍ମୃତି ଚାରଣ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୦୪ ତମ ଜୟନ୍ତୀ ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ ଯୋଗେ ପ୍ରବାଦ ପୁରୁଷଙ୍କ ସାହସିକତା, ଦେଶପ୍ରେମ ଓ ବିଚକ୍ଷଣ ପାଇଲଟିଂକୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଇଣ୍ଟେଲିଜେନ୍ସ ବ୍ୟୁରୋର ୧୯୪୫ ମସିହାର ଏକ ଚିଠିକୁ ଟ୍ୱିଟ୍‌ କରି ମୋଦି, ବିଜୁବାବୁଙ୍କ ଦେଶପ୍ରେମ ନମୁନାକୁ ମଧ୍ୟ ଉଜାଗର କରିଛନ୍ତି। ମୋଦି ଟ୍ୱିଟ୍‌ କରି ଲେଖିଛନ୍ତି, ବ୍ରିଟିଶ ସରକାର ଅଧୀନରେ ପାଇଲଟ୍‌ ଭାବେ ଚାକିରି କରୁଥିଲେ […]

biju

Manoranjan Sial
  • Published: Thursday, 05 March 2020
  • , Updated: 05 March 2020, 09:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୦୪ ତମ ଜୟନ୍ତୀ ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ ଯୋଗେ ପ୍ରବାଦ ପୁରୁଷଙ୍କ ସାହସିକତା, ଦେଶପ୍ରେମ ଓ ବିଚକ୍ଷଣ ପାଇଲଟିଂକୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଇଣ୍ଟେଲିଜେନ୍ସ ବ୍ୟୁରୋର ୧୯୪୫ ମସିହାର ଏକ ଚିଠିକୁ ଟ୍ୱିଟ୍‌ କରି ମୋଦି, ବିଜୁବାବୁଙ୍କ ଦେଶପ୍ରେମ ନମୁନାକୁ ମଧ୍ୟ ଉଜାଗର କରିଛନ୍ତି।

ମୋଦି ଟ୍ୱିଟ୍‌ କରି ଲେଖିଛନ୍ତି, ବ୍ରିଟିଶ ସରକାର ଅଧୀନରେ ପାଇଲଟ୍‌ ଭାବେ ଚାକିରି କରୁଥିଲେ ମଧ୍ୟ ବିଜୁବାବୁ ଭାରତଛାଡ଼ ଆନ୍ଦୋଳନ ବେଳେ ଆତ୍ମଗୋପନ କରିଥିବା ଡ. ରାମ ମନୋହର ଲୋହିଆଙ୍କୁ ଗୋପନରେ ଦିଲ୍ଲୀରୁ ନେଇ କଲିକତାରେ ଛାଡିଥିଲେ। ଇଣ୍ଡୋନେସିଆର ଶାସକ ସୁଲତାନ ସାରିୟାର ଓ ସୁକୋର୍ଣ୍ଣଙ୍କୁ ଡଚ୍‌ ଆକ୍ରମଣରୁ ରକ୍ଷା କରି ସେ ଯେଉଁ ସାହସିକତା ଦେଖାଇଥିଲେ ତାହା ଆଜି ବି ବିରଳ। ରୟାଲ ଇଣ୍ଡିଆନ୍‌ ଏୟାର ଫୋର୍ସର ଅଫିସର ଭାବେ ୧୯୪୦ରେ ସେ ରେଙ୍ଗୁନରୁ ବହୁ ବ୍ରିଟିଶ ପରିବାରଙ୍କୁ ଜାପାନ ଆକ୍ରମଣରୁ ରକ୍ଷା କରିଥିଲେ। ସେହିପରି ଜାପାନ ଆକ୍ରମଣ ବେଳେ ଚୀନକୁ ଏବଂ ହିଟଲରଙ୍କ ଆକ୍ରମଣ ବେଳେ ଋଷିଆକୁ ଅସ୍ତ୍ରଶସ୍ତ୍ର ପହଞ୍ଚାଇ ବିଜୁଅବାବୁ ନିଜ ଅସୀମ ସାହସ ଓ ବିମାନ ଚାଳନା ଦକ୍ଷତାର ପରିଚୟ ଦେଇଥିବା କଥା ପ୍ରଧାନମନ୍ତ୍ରୀ ଆଜିର ଦିନରେ ସ୍ମରଣ କରାଇଛନ୍ତି।

Related story