୧୨ ଜିଲ୍ଲାରେ ୧୫ ଯାଏ ଚାଲିବ ସେରୋ ସର୍ଭେ, ଆରଏମଆରସି କରିବ ନମୂନା ସଂଗ୍ରହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଲହରକୁ ନେଇ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ଆସନ୍ତାକାଲିଠୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାରେ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଆଇସିଏମଆର-ଆରଏମଆରସି ଭୁବନେଶ୍ୱରକୁ ୧୨ଟି ଜିଲ୍ଲାରେ ସର୍ଭେ କରିବାକୁ ରାଜ୍ୟ ସରକାର ଅନୁମତି ଦେବା ସହ ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଣ୍ଟିବଡ଼ି କିଭଳି ସୃଷ୍ଟି ହୋଇଛି, ତା’ର ବୟସ ଅନୁପାତିକ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ […]

sero

Ordigital Desk
  • Published: Saturday, 28 August 2021
  • , Updated: 28 August 2021, 11:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଲହରକୁ ନେଇ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ଆସନ୍ତାକାଲିଠୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାରେ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଆଇସିଏମଆର-ଆରଏମଆରସି ଭୁବନେଶ୍ୱରକୁ ୧୨ଟି ଜିଲ୍ଲାରେ ସର୍ଭେ କରିବାକୁ ରାଜ୍ୟ ସରକାର ଅନୁମତି ଦେବା ସହ ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଣ୍ଟିବଡ଼ି କିଭଳି ସୃଷ୍ଟି ହୋଇଛି, ତା’ର ବୟସ ଅନୁପାତିକ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ସେରୋ ସର୍ଭେ ପାଇ ଯାଉଥିବା ଆଇସିଏମଆର-ଆରଏମଆରସି ଟିମକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମକୁ ସହଯୋଗ ପାଇଁ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଫିସର ମନୋନୀତି କରିବାକୁ ମଧ୍ୟ କୁହାଯାଇଛି। କୋଭିଡ-୧୯ ପରିଚାଳନା ଓ ଟିକାକରଣ ରଣନୀତି ପ୍ରସ୍ତୁତ କରିବାରେ ଏହି ସର୍ଭେ ଅଧିକ ପ୍ରଭାବଶାଳୀ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ୧୨ଟି ଜିଲ୍ଲାରୁ ମୋଟ ୬୬୮୦ଟି ନମୂନା ସଂଗ୍ରହ କରାଯିବ। ସେଥିରେ ଏସବୁ ଜିଲ୍ଲାରୁ ୧୦୦ଟି ଲେଖାଏ ନମୂନା ସ୍ୱାସ୍ଥ୍ୟକର୍ମୀଙ୍କଠୁ ସଂଗ୍ରହ ହେବ। ଯେଉଁ ଟିମ୍ ଜିଲ୍ଲାସ୍ତରରେ ସର୍ଭେ କାର୍ଯ୍ୟ କରିବ ସେମାନଙ୍କୁ ରକ୍ତ ନମୂନା ସଂଗ୍ରହ ନିମନ୍ତେ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟର ୧୨ଟି ଜିଲ୍ଲା ଯଥା- ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ଏହି ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Related story