ଗ୍ରାହକଙ୍କ ଗାଁ, ନାଁ ଓ ଠିକଣା ରଖିବେ ଦୋକାନୀ; କାହିଁକି ଜାଣନ୍ତୁ

କେନ୍ଦୁଝର(ପ୍ରଣୟ ପାଣି): ଦୋକାନକୁ ଆସୁଥିବା ଲୋକଙ୍କ ସବୁ ତଥ୍ୟ ରଖିବେ ଦୋକାନୀ। ଏନେଇ ଟ୍ୱିଟ୍‌ ଯୋଗେ ନୋଟିସ ଜାରି କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ। ମହାମାରୀ ‘କରୋନା’ ସମୟରେ କିଛି ଅଘଟଣ ହେଲେ କଣ୍ଟାଣ୍ଟ ଟ୍ରେସିଂରେ ସୁବିଧା ହେବ ଦୃଷ୍ଟିରେ ରଖି ପ୍ରଶାସନ ଏପରି ପଦକ୍ଷେପ ନେଇଛି। ଦୋକାନକୁ ଆସୁଥିବା ଲୋକଙ୍କ ନାଁ, ଗାଁ ଓ ପୂରା ଠିକଣା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଜିଷ୍ଟରରେ ତଥ୍ୟ ସହ ମୋବାଇଲ ନମ୍ବର ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। କେନ୍ଦୁଝର […]

register

Manoranjan Sial
  • Published: Tuesday, 12 May 2020
  • , Updated: 12 May 2020, 06:36 PM IST

କେନ୍ଦୁଝର(ପ୍ରଣୟ ପାଣି): ଦୋକାନକୁ ଆସୁଥିବା ଲୋକଙ୍କ ସବୁ ତଥ୍ୟ ରଖିବେ ଦୋକାନୀ। ଏନେଇ ଟ୍ୱିଟ୍‌ ଯୋଗେ ନୋଟିସ ଜାରି କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ। ମହାମାରୀ ‘କରୋନା’ ସମୟରେ କିଛି ଅଘଟଣ ହେଲେ କଣ୍ଟାଣ୍ଟ ଟ୍ରେସିଂରେ ସୁବିଧା ହେବ ଦୃଷ୍ଟିରେ ରଖି ପ୍ରଶାସନ ଏପରି ପଦକ୍ଷେପ ନେଇଛି। ଦୋକାନକୁ ଆସୁଥିବା ଲୋକଙ୍କ ନାଁ, ଗାଁ ଓ ପୂରା ଠିକଣା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଜିଷ୍ଟରରେ ତଥ୍ୟ ସହ ମୋବାଇଲ ନମ୍ବର ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

କେନ୍ଦୁଝର ଜିଲ୍ଲାରେ ଆଜି ସୁଦ୍ଧା ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ଏବେ ସୁଦ୍ଧା କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆକ୍ରାନ୍ତ ଦୁଇ ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହାଛଡ଼ା ଜିଲ୍ଲାର ଅନେକ ଲୋକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

Related story