ଚାଷୀ ମୁଣ୍ଡରେ ବାଜିଲାଣି ବିପଦର ଘଣ୍ଟି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟିଗଲାଣି।  ମରିବାକୁ ବସିଲାଣି ଧାନ ଗଛ । ବର୍ଷାକୁ ଅନେଇ ଅନେଇ ରୁଆ ବେଉଷଣରେ ତ ଡେରିହେଲା, ହେଲେ ବିଳମ୍ବରେ ଯେଉଁଠି ବି ଚାଷ କାମ ହେଲା, ପରବର୍ତ୍ତୀ ଅବସ୍ଥାରେ ସେଠି ପୁଣି ମୌସୁମୀର ଲୁଚକାଳି ଚାଷୀ ପାଇଁ କାଳ ସାଜିଛି । ଶ୍ରାବଣ ମାସରେ ବି ନିଦାଘ ଖରା। କେଉଁଠି କେଉଁଠି ଧାନ […]

odisha-farmers-pti-1

Tapas Behera
  • Published: Sunday, 22 August 2021
  • , Updated: 23 August 2021, 08:07 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟିଗଲାଣି ମରିବାକୁ ବସିଲାଣି ଧାନ ଗଛ ବର୍ଷାକୁ ଅନେଇ ଅନେଇ ରୁବେଉଷଣରେ ତ ଡେରିହେଲା, ହେଲେ ବିଳମ୍ବରେ ଯେଉଁଠି ବି ଚାଷ କାମ ହେଲା, ପରବର୍ତ୍ତୀ ଅବସ୍ଥାରେ ସେଠି ପୁଣି ମୌସୁମୀର ଲୁଚକାଳି ଚାଷୀ ପାଇଁ କାଳ ସାଜିଛି ଶ୍ରାବଣ ମାସରେ ବି ନିଦାଘ ଖରାକେଉଁଠି କେଉଁଠି ଧାନ ଗଛରେ ଉଈ ବି ଚରିଗଲେଣି। ସ୍ୱଳ୍ପବୃଷ୍ଚିପାତରୁ ଚାଷର ଏ ସ୍ଥିତି କେବଳ ସମ୍ବଲପୁରର କୁଚିଣ୍ଡା କି ପୁରୀ ଜିଲ୍ଲାର ବଳଙ୍ଗାର ନୁହେଁବାଲେଶ୍ୱର ସୋର ଅଞ୍ଚଳର ବର୍ଷା ଅଭାବରୁ ଜଳି ଯାଇଥିବା ଧାନ ଗଛକୁ ଟେକା ପାଣି ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଷୀ ହେଲେ ଶା କିନ୍ତୁ ନାହିଁନୀଳଗିରି ଅଞ୍ଚଳରେ ବି ଚାଷର ପାଖାପାଖି ସମାନ ସ୍ଥିତି

 

କେବଳ ତିନିଟି ଜିଲ୍ଲା ମାଲକାନଗିରି, ବଲାଙ୍ଗିର ଓ ନୂପଡ଼ାକୁ ଛାଡ଼ି ଦେଲେ ରାଜ୍ୟର ୨୭ ଜିଲ୍ଲାରେ ସ୍ୱଳ୍ପବୃଷ୍ଟିରୁ ଚାଷ ଅବସ୍ଥା ଖରାପ ଜଳ ଜଳ ଦିଶିଲାଣି ମରୁଡ଼ି ପାଣିପାଗ ବିଭାଗର ତଥ୍ୟ ବି କହୁଛି ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି ୮୩୬ ମିଲିମିଟର ବୃଷ୍ଟିପାତ ସ୍ଥାନରେ ହୋଇଛି ମାତ୍ର ୫୮୩ ମିଲିମିଟର ବର୍ଷା

 

୨୭ ଜିଲ୍ଲାରେ ନିଅଣ୍ଟି ବର୍ଷା ହୋଇଥିଲା ବେଳେ ୫ ଜିଲ୍ଲା ଯାଜପୁର, ଭଦ୍ରକ, ବଲାଙ୍ଗୀର, ଅନୁଗୁଳ ଓ କେନ୍ଦୁଝରରେ ସ୍ଥିତି ଅଧିକ ସଂଗୀନ କାରଣ ଏହି ସବୁ ଜିଲ୍ଲାରେ ୪୦ କିମ୍ବା ତାଠୁ ଅଧିକ ନିଅଣ୍ଟିବର୍ଷା ହୋଇଛି ଏପରିକି ଭଦ୍ରକ ଓ ଯାଜପୁରରେ ୫୦ ପ୍ରତିଶତରୁ କମ୍ ବର୍ଷାରୁ ଚାଷ କାମ ଗୁରୁତର ପ୍ରଭାବିତ ହୋଇଛି।  ଏବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ ହେଲେ ଜୁନ୍ ମାସରେ ପାଖାପାଖି ୩ ପ୍ରତିଶତ ନିଅଣ୍ଟିବର୍ଷା ପରେ ଜୁଲାଇରେ ବି ୧୯ ପ୍ରତିଶତ ନିଅଣ୍ଟି ବର୍ଷା ହୋଇଥିଲା ଶା ଥିଲା ଅଗଷ୍ଟ ମାସରେ ଭଲ ବର୍ଷା ହେଲେ ନିଅଣ୍ଟି ବର୍ଷା ସ୍ଥିତି ଜାରି ଥିବାରୁ ଚାଷୀ ମୁଣ୍ଡରେ ବାଜିଲାଣି ବିପଦର ଘଣ୍ଟି

Related story