ବାନ୍ଧବୀଙ୍କୁ ଜୀବନସାଥୀ କଲେ କ୍ରୀଡ଼ାମନ୍ତ୍ରୀ, ହାତ ଧରିଲେ ନନ୍ଦିନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବୈଦିକ ରୀତିନୀତିରେ ନିଜର ବାନ୍ଧବୀ ନନ୍ଦିନୀ ବେହେରାଙ୍କୁ ବିବାହ କରିଛନ୍ତି। କାକଟପୁରର ଦେଉଳିମଠରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୩୬ବର୍ଷୀୟ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ନିଜ ଗାଁ ଅସ୍ତରଙ୍ଗ ଅନ୍ତର୍ଗତ ବାଲିଡ଼ିଆ ଗାଁର ରୋହିତ ବେହେରାଙ୍କ ଝିଅ ନନ୍ଦିନୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା ବରଯାତ୍ରୀଙ୍କ ସହ ନିଜ ନିର୍ବାଚନମଣ୍ଡଳୀ କାକଟପୁରର ପ୍ରସିଦ୍ଧ ଦେଉଳିମଠକୁ ଯାଇଥିଲେ। […]

700

Ordigital Desk
  • Published: Thursday, 25 February 2021
  • , Updated: 25 February 2021, 07:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବୈଦିକ ରୀତିନୀତିରେ ନିଜର ବାନ୍ଧବୀ ନନ୍ଦିନୀ ବେହେରାଙ୍କୁ ବିବାହ କରିଛନ୍ତି। କାକଟପୁରର ଦେଉଳିମଠରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୩୬ବର୍ଷୀୟ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ନିଜ ଗାଁ ଅସ୍ତରଙ୍ଗ ଅନ୍ତର୍ଗତ ବାଲିଡ଼ିଆ ଗାଁର ରୋହିତ ବେହେରାଙ୍କ ଝିଅ ନନ୍ଦିନୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା ବରଯାତ୍ରୀଙ୍କ ସହ ନିଜ ନିର୍ବାଚନମଣ୍ଡଳୀ କାକଟପୁରର ପ୍ରସିଦ୍ଧ ଦେଉଳିମଠକୁ ଯାଇଥିଲେ। ସେଠାରେ ଅପରାହ୍ନ ସାଢ଼େ ୪ଟାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦେଉଳିମଠରେ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ପାଇଁ ପ୍ରୀତିଭୋଜନର ଆୟୋଜନ ହୋଇଛି।

https://twitter.com/btushar02/status/1364902888049319936?s=20

ଆସନ୍ତାକାଲି ରାତିରେ ମନ୍ତ୍ରୀ ଶ୍ରୀ ବେହେରା ନିଜର ୟୁନିଟ-୨ସ୍ଥିତ ସରକାରୀ ବାସଭବନରେ ବିବାହ ଭୋଜିର ଆୟୋଜନ କରିଛନ୍ତି। ଏନେଇ ମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ବିବାହ ବେଳର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ,କାକଟପୁର ସ୍ଥିତ ଦେଉଳିମଠ ଠାରେ ଆଜି ମୋର ଶୁଭବିବାହ ଆୟୁଷ୍ମତୀ ନନ୍ଦିନୀଙ୍କ ସହ ଯଥାରୀତି ସମ୍ପନ୍ନ ହୋଇଛି l ସମସ୍ତ ଗୁରୁଜନ ବୃନ୍ଦଙ୍କ ଆଶୀର୍ବାଦ ଓ ମୋର ଶୁଭେଛୁମାନଙ୍କ ଶୁଭକାମନା ମୋର ଏକାନ୍ତ କାମ୍ୟ l

Related story