କେମିତି ଆଉ କାହାକୁ ଶ୍ରାଦ୍ଧ ଦିଅନ୍ତି ମହାପ୍ରଭୁ ଜଗନ୍ନାଥ, ଆସନ୍ତୁ ଜାଣିବା

ପୁରୀ(ଓଡିଶା ରିପୋର୍ଟର): ମହାଳୟାରେ ପିତୃପୁରଷଙ୍କୁ ତିଳ ତର୍ପଣ କରାଯାଏ। ପରିବାରର ଦିବଙ୍ଗତ ବୟୋଜ୍ୟଷ୍ଠମାନଙ୍କୁ ମନେ ପାକାଇବାକୁ ଏଭଳି ଉତ୍ସବର ପରମ୍ପରା ଭାରତୀୟ ସଂସ୍କୃତି ସହ ଜଡିତ ହୋଇ ରହିଛି କାହିଁ କେଉଁ କାଳରୁ। ବିଭିନ୍ନ ରାଜ୍ୟରେ  ଭିନ୍ନ ଭିନ୍ନ ନାମରେ ଶ୍ରାଦ୍ଧ ଓ ପିଣ୍ଡ ତର୍ପଣର ବିଧି ରହିଛି। ସାଧାରଣ ମଣିଷ ଏଭଳି ପାରମ୍ପରିକ କାର୍ଯ୍ୟଟି ପ୍ରତିବର୍ଷ ଅନୁଶରଣ କରୁଥିବା ବେଳେ ପୁରୀ ଶ୍ରୀ ମନ୍ଦିରରେ ମଧ୍ୟ ପାଳନ ହୁଏ ଏହି ନିଆରା ପରମ୍ପରା। ଶ୍ରୀମନ୍ଦିର ଓ […]

Sraddha

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 07:24 PM IST

[caption id="attachment_183930" align="alignleft" width="147"] ମିହିର ପଟ୍ଟନାୟକ[/caption]

ପୁରୀ(ଓଡିଶା ରିପୋର୍ଟର): ମହାଳୟାରେ ପିତୃପୁରଷଙ୍କୁ ତିଳ ତର୍ପଣ କରାଯାଏ। ପରିବାରର ଦିବଙ୍ଗତ ବୟୋଜ୍ୟଷ୍ଠମାନଙ୍କୁ ମନେ ପାକାଇବାକୁ ଏଭଳି ଉତ୍ସବର ପରମ୍ପରା ଭାରତୀୟ ସଂସ୍କୃତି ସହ ଜଡିତ ହୋଇ ରହିଛି କାହିଁ କେଉଁ କାଳରୁ। ବିଭିନ୍ନ ରାଜ୍ୟରେ  ଭିନ୍ନ ଭିନ୍ନ ନାମରେ ଶ୍ରାଦ୍ଧ ଓ ପିଣ୍ଡ ତର୍ପଣର ବିଧି ରହିଛି। ସାଧାରଣ ମଣିଷ ଏଭଳି ପାରମ୍ପରିକ କାର୍ଯ୍ୟଟି ପ୍ରତିବର୍ଷ ଅନୁଶରଣ କରୁଥିବା ବେଳେ ପୁରୀ ଶ୍ରୀ ମନ୍ଦିରରେ ମଧ୍ୟ ପାଳନ ହୁଏ ଏହି ନିଆରା ପରମ୍ପରା।

ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ପରମ୍ପରାରେ ମାନବୀୟ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଇଛି। ଦେବତା ଭାବ ପୂଜିତ ଦାରୁ ବିଗ୍ରହମାନଙ୍କ ସ୍ନାନ ଉତ୍ସବଠାରୁ ଆରମ୍ଭ କରି ଜନ୍ମ, ମୃତ୍ୟୁର ପରମ୍ପରାକୁ ଦେଖିଲେ ଏହା ସ୍ପଷ୍ଟ ବାରିହେବ । ଜଗନ୍ନାଥ ମହାପ୍ରଭୁ ମଣିଷଙ୍କ ଭଳି ପ୍ରତିବର୍ଷ ନିଜ ପୂର୍ବଜମାନଙ୍କ ଶ୍ରାଦ୍ଧ ଦେଇଥାନ୍ତି। ଏଥିପାଇଁ ଠାକୁରମାନଙ୍କୁ ପାରମ୍ପରିକ ଶ୍ରାଦ୍ଧ ବେଶରେ ସଜାଇ ଦିଆଯାଏ । ପୂଜିତ ବିଗ୍ରହମାନେ ଶୁକ୍ଲ ବା ଧଳା ବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀ ବଳଭଦ୍ରଙ୍କୁ ଧଳାରେ କଳାଧଡି, ଦେବୀ ସୁଭଦ୍ରାଙ୍କୁ ଧଳାରେ ନାଳିଧଡି ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଧଳାରେ ହଳଦିଆ ଧଡିଯୁକ୍ତ ବସ୍ତ୍ର ପିନ୍ଧାଇ ବେଶ କରାଯାଏ ।

ସାଧାରଣ ଲୋକେ ଆଶ୍ୱିନ ମାସରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେଉଥିବା ବେଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରାଦ୍ଧୋତ୍ସବ ମାର୍ଗଶିର ମାସରେ ପାଳନ ହୋଇଥାଏ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ପ୍ରତିପଦା ଓ  ଅମାବାସ୍ୟା ତିଥିରେ ଏହି ଶ୍ରାଦ୍ଧ ନୀତି ପାଳନ କରାଯାଇଥାଏ । ୩ ଦିନରେ ଭିନ୍ନ ଭିନ୍ନ ଢଙ୍ଗରେ ଶ୍ରାଦ୍ଧ ଦିଆଯାଇଥାଏ। ଚତୁର୍ଦ୍ଦଶୀ ତିଥିରେ ଦେବମାତା ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦିଆଯାଉଥିବା ବେଳେ ଦ୍ୱିତୀୟ ଦିବସରେ ନନ୍ଦ, ବସୁଦେବ, ଦେବକୀ, ଯଶୋଦା ଓ ରୋହିଣୀଙ୍କ ଶ୍ରାଦ୍ଧ ଦିଆଯାଏ । ସହିପରି ଅନ୍ତିମ ତଥା ଶେଷ ଦିବସରେ ଦଶରଥ, କୌଶଲ୍ୟା, କୈକେୟୀ, ସୁମିତ୍ରା ତଥା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେଇଥାନ୍ତି ମହାପ୍ରଭୁ ।    

ଶ୍ରାଦ୍ଧୋତ୍ସବ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ବଢିବା ପାରେ ଏହି ନୀତି ଆରମ୍ଭ ହୋଇଥାଏ। ରତ୍ନସିଂହାସନ ତଳେ ପାଣି ପଡିବା ପରେ ଶ୍ରାଦ୍ଧ ପାଇଁ ଅରୁଆ ଚାଉଳରେ କଦଳୀ ଗଛ ଭୁମିରେ ଅଙ୍କନ କରାଯାଇଥାଏ । ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ରତ୍ନସିଂହାସନକୁ ବିଜେ କରନ୍ତି । ପ୍ରଥମ ଶ୍ରାଦ୍ଧ ନୀତି ସମ୍ପନ୍ନ ହେବାପରେ ମହନ ମୋହନ, ଶ୍ରୀ ଦେବୀ ଓ ଭୁଦେବୀଙ୍କ ସହ ବିମାନରେ ବସି ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ମଧ୍ୟ ଅନୁରୂପ ଭାବ ଚାଉଳରେ କଦଳୀଗଛ ଚିତ୍ର ଅଙ୍କନ କରାଯାଇ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି ମହାପ୍ରଭୁ।

ଏହି ଅବସରରେ ଶ୍ରୀମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିବା ବେଳେ ଠାକୁରମାନଙ୍କ ସମ୍ମୁଖରେ ମଧ୍ୟ ଦୀପଦାନ କରାଯାଇଥାଏ । ଶ୍ରୀମନ୍ଦିରରେ ଏହି ସମୟରେ ଆତଶବାଜି ପ୍ରଦର୍ଶନ କରାଯାଇଥାଏ ।

ଓଟିଭି ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱର

ଫୋନ୍‌: 9668773904

 

Related story