ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହେବ ଓ ମନ୍ତ୍ରୀମାନଙ୍କୁ ଆଜି ଏ ସମ୍ପର୍କରେ ଅବଗତ କରାଯାଇଛି। ଭୁବନେଶ୍ୱର ବାହାରେ ଥିବା ମନ୍ତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହେବାକୁ କୁହାଯାଇଛି। ସୂଚନା ଅନୁସାରେ, କ୍ୟାବିନେଟ ବୈଠକରେ ମୋଟ ୧୮ଟି ଏଜେଣ୍ଡା ସ୍ଥାନ ପାଇବାର […]

secretariat-odisha

secretariat-odisha

Manoranjan Sial
  • Published: Tuesday, 11 August 2020
  • Updated: 11 August 2020, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହେବ ଓ ମନ୍ତ୍ରୀମାନଙ୍କୁ ଆଜି ଏ ସମ୍ପର୍କରେ ଅବଗତ କରାଯାଇଛି। ଭୁବନେଶ୍ୱର ବାହାରେ ଥିବା ମନ୍ତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହେବାକୁ କୁହାଯାଇଛି।

ସୂଚନା ଅନୁସାରେ, କ୍ୟାବିନେଟ ବୈଠକରେ ମୋଟ ୧୮ଟି ଏଜେଣ୍ଡା ସ୍ଥାନ ପାଇବାର ସମ୍ଭାବନା ରହିଛି। ବିଶେଷକରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ , ଏମଏସଏମଇ,  ଗୃହ ବିଭାଗ ଆଦିର ମୋଟ ୧୮ଟି ଏଜେଣ୍ଡାକୁ ସାମିଲ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos