ରାଜ୍ୟର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟର ଜଣେ ରୋଗୀଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଥିବା ସୂଚନା ମିଳିଛି।  ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛି। ଯାଜପୁର ଜିଲ୍ଲାର ଏହି ୭୧ବର୍ଷୀ ବ୍ୟକ୍ତି ଭୁବନେଶ୍ୱରର କଳିଙ୍ଗ […]

in-virus-78

in-virus-78

Tapas Behera
  • Published: Monday, 10 May 2021
  • Updated: 10 May 2021, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟର ଜଣେ ରୋଗୀଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଥିବା ସୂଚନା ମିଳିଛି।  ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛି।

ଯାଜପୁର ଜିଲ୍ଲାର ଏହି ୭୧ବର୍ଷୀ ବ୍ୟକ୍ତି ଭୁବନେଶ୍ୱରର କଳିଙ୍ଗ ନଗର ଅଂଚଳରେ ରୁହନ୍ତି । ସେ ପରିବାର ସଦସ୍ୟଙ୍କଠୁ କୋଭିଡ୍ ସଂକ୍ରମିତ ହୋଇଥିବା ସନ୍ଦେହ କରି ଏପ୍ରିଲ ୧୮ତାରିଖରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ଓ ୨୦ତାରିଖରେ ତାଙ୍କର ରିପୋର୍ଟ ଆସିବାପରେ ସେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେବେଠୁ ସେ ନିଜ ଘରେ ସଙ୍ଗରୋଧରେ ରହିଥିଲେ।

କିନ୍ତୁ ମେ’ ୮ତାରିଖରେ ତାଙ୍କର ଆଖିରୁ ପାଣି ବୋହିବା ସହ ନାକରୁ କଳାକଳା ପାଣି ବାହାରି ଥିଲା । ଇଏନଟି ସର୍ଜନ ଡାକ୍ତର ରାଧାମାଧବ ସାହୁ ତାଙ୍କର ଏଣ୍ଡୋସ୍କୋପି କରିବା ପରେ ତାଙ୍କ ନାସା ଗହ୍ୱରରେ କଳା କଳା ରଙ୍ଗର ସବୁ ଜମାଟ ବାନ୍ଧିଥିବା ଜଣାପଡ଼ିଥିଲା। ରୋଗୀଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ ଘରେ ଗୋଟିଏ ପୁରୁଣା ଏୟାର କୁଲର ରହିଥିଲା, ଯାହାକି କିଛିଦିନ ହେବ ବ୍ୟବହାରରେ ନଥିଲା ଓ ସେଥିରେ ପାଣି ମଧ୍ୟ ବଦଳା ଯାଇନଥିଲା। ଯେଉଁଥିରୁ ଏହି ରୋଗୀଙ୍କ ଦେହରେ ଏଭଳି ଲକ୍ଷଣ ଦେଖାଦେଇଛି। ସେ ଚାଷ କାମ କିମ୍ବା ବଗିଚା କାର୍ଯ୍ୟ କରିନଥିବା ମଧ୍ୟ ଜଣାପଡ଼ିଛି। ତେବେ ଏହି ବ୍ଲାକ୍ ଫଙ୍ଗସ୍‌ର ନମୂନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଛି ବୋଲି ରାଜ୍ୟ ସରକାରଙ୍କ ଡିଏମଇଟି ସୂଚନା ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ  ଆଜି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି।

ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେଭଳି ଅନୁରୂପ ଲକ୍ଷଣ ଅନ୍ୟ କାହାରି ଦେଖିବାକୁ ମିଳିନି। ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ସମ୍ପୃକ୍ତ ବ୍ୟକ୍ତି ଏବେ ଚିକିତ୍ସିତ ହେଉଥିବା ହସ୍ପିଟାଲର ଅନ୍ୟ କୌଣସି ଚିକିତ୍ସା ଉପକରଣ ଯେଭଳି ତାଙ୍କ ସଂସ୍ପର୍ଶରେ ନଆସିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷ କରି କରୋନାରୁ ସୁସ୍ଥ ହେବା ପରେ ବି ଚିନ୍ତା ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋର୍ମାଇକୋସିସ୍ । କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦ୍‌ରୋଗୀ ଓ କିଡ୍ନୀ ସମସ୍ୟା ଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଏମାନଙ୍କୁ ଆକ୍ରମଣ କରୁଛି। ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ନକରାଇଲେ, ନାକ, ଆଖି, ମାଢ଼ି ହାଡ଼, ଏପରିକି ଫୁସ୍‌ଫୁସ୍‌ସ୍ ଓ ମସ୍ତିଷ୍କକୁ ନଷ୍ଟ କରିଦେବା ସହ, ଜୀବନ ବି ନେଇଯାଉଛି । ତେବେ ଏହା କିଛି ନୂଆ ରୋଗ ନୁହେଁ, ତଥାପି କରୋନା କାଳରେ ବହୁଗୁଣ ବଢ଼ିଯାଇଛି ଏହାର ପ୍ରାଦୁର୍ଭାବ।

ବିଶେଷଜ୍ଞଙ୍କ କହିବା କଥା, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ୍, ଆଣ୍ଟି ବାଓଟିକ୍ ଔଷଧ ଆଦି ଦିଆଗଲେ, ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ଏଭଳି ଫଙ୍ଗାଲ୍ ଇନ୍‌ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ । ଖାସ୍ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ଏହି ସଂକ୍ରମଣ ହେବାର ଦେଖାଦେଉଛି  ।

ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ, ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ଚାରି ପଟେ ବିନ୍ଧେ, ପାଟି ଭିତରେ ଯନ୍ତ୍ରଣା ହୁଏ ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ। ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ ହେଲେ ମଧ୍ୟ, ଦୁରାରୋଗ୍ୟ ନୁହେଁ । ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା ସମ୍ଭବ । ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଅତି ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos