ପୁରୀ(ଓଡ଼ିଶା ରିପୋର୍ଟର): ଜୁଆର ମାଡ଼ରେ ଭାଙ୍ଗିଗଲା ପୁରୀ- କୋଣାର୍କ ଚନ୍ଦ୍ରଭାଗା କୂଳରେ ହୋଇଥିବା ଅସ୍ଥାୟୀ ବନ୍ଧ । ଚନ୍ଦ୍ରଭାଗା କୂଳରେ ଆସ୍ଥାୟୀ କାଠ ଦିଆଯାଇ ବାଲିବସ୍ତା ବନ୍ଧ ତିଆରି ହୋଇଛି। ତେବେ ଅମାବାସ୍ୟାରେ ଜୁଆର ମାଡ ଏହି ବନ୍ଧର କିଛି ଅଂଶ ସମୁଦ୍ର ଗର୍ଭକୁ ଭାସିଯାଇଛି । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼ ବିପଦକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଛି ।
ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହେବ । ଅସ୍ଥାୟୀ ବନ୍ଧ ଏବେଠୁ ଜୁଆର ମାଡ଼ରେ ଭାଙ୍ଗି ଯାଇଥିବା ବେଳେ ଆଗକୁ ସ୍ଥିତି ଅଧିକ ସଙ୍ଗୀନ ହୋଇପାରେ ବୋଲି ଆଶଙ୍କ ସୃଷ୍ଟି ହୋଇଛି । ସେତେବେଳେ ବନ୍ଧ କେତେ ସୁରକ୍ଷିତ ରହିବ ତାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଏବେଠୁ ଯୁଦ୍ଧକାଳୀନ ଭିତ୍ତିରେ ବାଲି ପକାଯାଇ ବନ୍ଧ ମରାମତି କାମ ଚାଲିଥିବା ଦେଖିବାକୁ ମିଳୁଛି।
[caption id="attachment_769150" align="aligncenter" width="650"]
ସୂଚନାଯୋଗ୍ୟ, ବେଧଡ଼କ ବାଲି ଚୋରା ଚାଲାଣ ଯୋଗୁଁ କିଛି ଦିନ ତଳେ ଏହି ସ୍ଥାନରେ ଗାର୍ଡ ୱାଲ ଭାଙ୍ଗିଯାଇଥିଲା । ପରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବନ୍ଧ ନିର୍ମାଣ କରାଯାଇଥିଲା। ଏବେ ଜୁଆର ମାଡି ଆସିବା ପରେ ଅସ୍ଥାୟୀ ବାଲିବସ୍ତା ବନ୍ଧ ସମୂଦ୍ର ଗର୍ଭରେ । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼ ପ୍ରତି ବିପଦ ଆଶଙ୍କାକୁ ଟାଳି ହେବନି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି ।