ଆଣ୍ଡାମାନରୁ କୃଷ୍ଣପ୍ରସାଦ:୨୮ ଦିନର ସଂଘର୍ଷ ପରେ ଓଡ଼ିଶା ଉପକୂଳରେ ଲାଗିଲେ ,ସାଥୀଙ୍କୁ ବି ହରାଇଲେ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ):ଆଣ୍ଡାମାନରୁ ଓଡ଼ିଶା ଉପକୂଳ। ୧୩ ଶହ କିଲୋମିଟରର ଯାତ୍ରା ଭିତରେ ଲୋମଟାଙ୍କୁରା ସଂଘର୍ଷ। ଦୁଇ ଦୁଇଟି ଭୟଙ୍କର ଘୂର୍ଣ୍ଣଝଡ଼ର ସାମ୍ନାସାମ୍ନି ସାଙ୍ଗରେ ପୁରା ପ୍ରତିକୂଳ ପରିବେଶ ସହ ଅହରହ ସଂଘର୍ଷ । ଘଟଣାକ୍ରମରେ ଆଖିବୁଜିଲେ ସାଥି ନାବିକ। ହେଲେ ବର୍ତ୍ତିଗଲେ ଆଉ  ଜଣେ । ମରଣମୁହଁରୁ ଫେରି ପୁରୀ କୃଷ୍ଣପ୍ରସାଦ କୂଳରେ ଲାଗିଥିବା ସେହି ନାବିକ ଏବେ ବଖାଣିଛନ୍ତି ବଙ୍ଗୋପସାଗର ଭିତରେ ସଂଘର୍ଷର  ଛାତିଥରା କାହାଣୀ । ଅକାତ କାତ ପାଣି ଭିତରେ ସଂଘର୍ଷ। ଗଭୀର […]

bnm

Tapas Behera
  • Published: Saturday, 26 October 2019
  • , Updated: 26 October 2019, 08:28 PM IST

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ):ଆଣ୍ଡାମାନରୁ ଓଡ଼ିଶା ଉପକୂଳ। ୧୩ ଶହ କିଲୋମିଟରର ଯାତ୍ରା ଭିତରେ ଲୋମଟାଙ୍କୁରା ସଂଘର୍ଷ। ଦୁଇ ଦୁଇଟି ଭୟଙ୍କର ଘୂର୍ଣ୍ଣଝଡ଼ର ସାମ୍ନାସାମ୍ନି ସାଙ୍ଗରେ ପୁରା ପ୍ରତିକୂଳ ପରିବେଶ ସହ ଅହରହ ସଂଘର୍ଷ । ଘଟଣାକ୍ରମରେ ଆଖିବୁଜିଲେ ସାଥି ନାବିକ। ହେଲେ ବର୍ତ୍ତିଗଲେ ଆଉ  ଜଣେ । ମରଣମୁହଁରୁ ଫେରି ପୁରୀ କୃଷ୍ଣପ୍ରସାଦ କୂଳରେ ଲାଗିଥିବା ସେହି ନାବିକ ଏବେ ବଖାଣିଛନ୍ତି ବଙ୍ଗୋପସାଗର ଭିତରେ ସଂଘର୍ଷର  ଛାତିଥରା କାହାଣୀ ।

ଅକାତ କାତ ପାଣି ଭିତରେ ସଂଘର୍ଷ। ଗଭୀର ସମୁଦ୍ର ଭିତରେ ଜୀବନ ଧାରଣ ପାଇଁ ଲଢ଼େଇ। ଭୟଙ୍କର ଢେଉ ସହ ସଂଗ୍ରାମ କରି ଜୀଇଁବା ପାଇଁ ସଂଘର୍ଷ କରୁଛନ୍ତି ସିନେମାର ନାୟକ। ଶେଷରେ ଜୀବନ ବଞ୍ଚାଇ ପହଞ୍ଚୁଛନ୍ତି ସ୍ଥଳଭାଗରେ। ଇଏ ହେଉଛି ହଲିଉଡ୍‌ର ରୋମାଞ୍ଚିତ ଫିଲ୍ମ ଆଠୱେର କିଛି ଦୃଶ୍ୟ। ସିନେମାର ଏହି କାହାଣୀ ଭଳି ଅମିତ କୁଜୁରଙ୍କ ସହ ବି ଘଟିଛି  ଲୋମଟାଙ୍କୁରା ଘଟଣା । ଆଣ୍ଡାମାନ ସାହିଦ୍ ଦୀପର ବାସିନ୍ଦା ଅମିତ କୁଜୁର।

ସେପଟେମ୍ବର ୨୮ । ପୋର୍ଟବ୍ଲେୟାରରୁ ଅମିତ ରାସନ ସାମଗ୍ରୀ ଧରି ନିଲ ଆଇଲ୍ୟାଣ୍ଡ ଅଭିମୁଖେ ଡଙ୍ଗାରେ ଆରମ୍ଭ କରିଥିଲେ ଯାତ୍ରା। ସାଙ୍ଗରେ ଥିଲେ ସାଥି ନାବିକ ଦିବ୍ୟରଂଜନ। ତେବେ କେଇ ଘଣ୍ଟାର ଯାତ୍ରା ପରେ ବଙ୍ଗୋପସାଗରରେ ମାଡ଼ ଆସିଲା ଘୁର୍ଣ୍ଣିଝଡ଼ । ପ୍ରବଳ ପବନ ସହ ବର୍ଷା ମାଡ଼ରେ ଦିଗହରା ହୋଇଗଲେ ଉଭୟେ । ମଝି  ଦରିଆରେ ଲଙ୍ଗର ଦଉଡ଼ି ବି ଛିଣ୍ଡିଗଲା । ଏଭଳି ପରିସ୍ଥିତିରେ ଡଙ୍ଗାରେ ଥିବା ସମସ୍ତ ରାସନ ସାମଗ୍ରୀକୁ ସମୁଦ୍ର ଭିତରକୁ ଫିଙ୍ଗିଦେଇଥିଲେ ସେମାନେ।  ଆଉ ଦିଗହରା ହୋଇ ବୁଲୁଥିବାବେଳେ ସରିଗଲା ବୋଟ୍‌ରେ ଡିଜେଲ୍। କିଛି ଦିନ ପରେ ପହଞ୍ଚିଗଲେ ବର୍ମାରେ । ଏହାପରେ  ସ୍ଥାନୀୟ ନୌସେନା ପକ୍ଷରୁ ସହାୟତା ସହ ୨୬୦ ଲିଟର ଡିଜେଲ୍ ଦେଇ ଦକ୍ଷିଣ ଦିଗକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା।

ସଂଘର୍ଷ ଏତିକିରେ ସରିନଥିଲା । ବର୍ମାରୁ ଫେରିବା ବାଟରେ ଆଉ ଏକ ଘୂର୍ଣ୍ଣିଝଡ଼ର ସାମ୍ନା କରିବାକୁ ପଡ଼ିଥିଲା ଉଭୟଙ୍କୁ।  ତେବେ  କୂଳକୁ ଲାଗିବା ପୂର୍ବରୁ ପୁଣି ତେଲ ସରିଯିବାରୁ ବାଟବଣା ହୋଇଗଲେ ଅମିତ ଓ ଦିବ୍ୟରଂଜନ। ସମୁଦ୍ର ଭିତରେ ପ୍ରାୟ ୧୦ ଦିନ ଧରି ଅଖିଆ  ଅପିଆ ଅବସ୍ଥାରେ ରହିଲେ। ଏପରିକି ଲୁଣି ପାଣି ପିଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ଏମାନେ।  ତାହାରି ଭିତରେ ଅନାହାରରେ ଡଙ୍ଗାରେ ଆଖିବୁଜିଲେ ସାଥୀ ନାବିକ ଦିବ୍ୟରଂଜନ । ତାଙ୍କ ମୃତଦେହକୁ ୩ ଦିନ କାଳ ରଖିବା ପରେ ଦୁର୍ଗନ୍ଧ ହେବାରୁ ସମୁଦ୍ର ଭିତରେ  ଫିଙ୍ଗିଦେଇଥିଲେ ବୋଲି କହିଛନ୍ତି ଅମିତ । ଶେଷରେ ୨୮ ଦିନର ସଂଘର୍ଷ ପରେ ଅଖିଆ ଅପିଆ ଅବସ୍ଥାରେ ଡଙ୍ଗାରେ ପଡ଼ିରହିଥିବା ଅମିତ।  ଗତ ୨୬ ତାରିଖରେ ପହଞ୍ଚିଥିଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର କୂଳରେ। ତାଙ୍କୁ ଏବେ ଗାଁ ଲୋକେ ନିଜ ହେପାଜତରେ ରଖିଛନ୍ତି।

ସେପଟେ ଅମିତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ପୋଲିସ ଖିରିସାହିକୁ ଯାଇ ତାଙ୍କୁ ପଚରାଉଚରା କରିବା ସହ ପରିବାର ସଦସ୍ୟଙ୍କୁ ଅବଗତ କରିଛି।

Related story