ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ପରିବହନ ଟିକସ ରିହାତି ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ କଟକଣା ଯୋଗୁ ଯାତ୍ରୀବାହୀ ଯାନ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ସରକାର ଆଜି ପରିବହନ ଟିକସ ରିହାତି ଅବଧିକୁ ବୃଦ୍ଧି କରିଛନ୍ତି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ-୧୯୭୫ର ଧାରା ୧୫(୧) ଅନ୍ତର୍ଗତ ଯାତ୍ରୀବାହୀ ଘରୋଇ ବସ୍ ଉପରୁ ଜୁଲାଇ ମାସରେ ୭୫%, ଅଗଷ୍ଟ ମାସରେ ୫୦% ଓ ସେପ୍ଟେମ୍ବର ମାସରେ ୨୫% ଟ୍ୟାକ୍ସ ଛାଡ଼ କରିବାକୁ ନିଷ୍ପତ୍ତି […]

bus

Manoranjan Sial
  • Published: Monday, 20 July 2020
  • , Updated: 20 July 2020, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ କଟକଣା ଯୋଗୁ ଯାତ୍ରୀବାହୀ ଯାନ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ସରକାର ଆଜି ପରିବହନ ଟିକସ ରିହାତି ଅବଧିକୁ ବୃଦ୍ଧି କରିଛନ୍ତି।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ-୧୯୭୫ର ଧାରା ୧୫(୧) ଅନ୍ତର୍ଗତ ଯାତ୍ରୀବାହୀ ଘରୋଇ ବସ୍ ଉପରୁ ଜୁଲାଇ ମାସରେ ୭୫%, ଅଗଷ୍ଟ ମାସରେ ୫୦% ଓ ସେପ୍ଟେମ୍ବର ମାସରେ ୨୫% ଟ୍ୟାକ୍ସ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ଏପ୍ରିଲ, ମେ ଓ ଜୁନ୍ ମାସରେ ପରିବହନ ଟିକସ ଓ ଅନ୍ୟ ଅତିରିକ୍ତ ଟିକସକୁ ସମ୍ପୂର୍ଣ୍ଣ ଛାଡ଼ କରିଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତକାଲି ଅନ୍ୟ ଏକ ବିଜ୍ଞପ୍ତିରେ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଡ୍ରାଇଭିଂ ଳାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌, ଲର୍ଣ୍ଣର୍ସ ଲାଇସେନ୍ସ, ଫିଟସେନ୍ ଓ ପରମିଟ୍ ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି।

Related story