ମଦ ପାଇଁ ଭଉଣୀର ତଣ୍ଟି ଚିପି ହତ୍ୟା ଉଦ୍ୟମ କଲେ ଦୁଇ ଭାଇ

ଫୁଲବାଣୀ (ତ୍ରିନାଥ ସାହୁ): ମଦ ପାଇଁ ଟଙ୍କା ନଦେବାରୁ ସାନ ଭଉଣୀର ତଣ୍ଟିଚିପି ହତ୍ୟା ଉଦ୍ୟମ କଲେ ଦୁଇ ଭାଇ। ଏପରି ଅଭିଯୋଗ ଆସିଛି ଫୁଲବାଣୀରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ବଡ଼ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସାନ ଭାଇକୁ ଜୁଭେନାଇ ଜଷ୍ଟିସ୍‌ବୋର୍ଡରେ ହାଜର କରାଇଛି। ଟାଉନ ଥାନା ପେଞ୍ଜିସାହିର ରାଜନ ବେହେରା କିଛି ପଇସା ତାଙ୍କ ଝିଅ ରୁଚି(ଛଦ୍ମନାମ)କୁ ଦେଇଥିଲେ। ରୁଚି ସେହି ଅର୍ଥ […]

phulbani

Manoranjan Sial
  • Published: Thursday, 12 March 2020
  • , Updated: 12 March 2020, 10:41 PM IST

ଫୁଲବାଣୀ (ତ୍ରିନାଥ ସାହୁ): ମଦ ପାଇଁ ଟଙ୍କା ନଦେବାରୁ ସାନ ଭଉଣୀର ତଣ୍ଟିଚିପି ହତ୍ୟା ଉଦ୍ୟମ କଲେ ଦୁଇ ଭାଇ। ଏପରି ଅଭିଯୋଗ ଆସିଛି ଫୁଲବାଣୀରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ବଡ଼ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସାନ ଭାଇକୁ ଜୁଭେନାଇ ଜଷ୍ଟିସ୍‌ବୋର୍ଡରେ ହାଜର କରାଇଛି।

ଟାଉନ ଥାନା ପେଞ୍ଜିସାହିର ରାଜନ ବେହେରା କିଛି ପଇସା ତାଙ୍କ ଝିଅ ରୁଚି(ଛଦ୍ମନାମ)କୁ ଦେଇଥିଲେ। ରୁଚି ସେହି ଅର୍ଥ ପାଖରେ ରଖିଥିଲେ। ଗତକାଲି ସଞ୍ଜ ବେଳେ ରୁଚିଙ୍କ ଦୁଇ ଭାଇ ନିଶାରେ ଟଳମଳ ହୋଇ ଘରକୁ ଆସିଥିଲେ। ଆହୁରି ମଦ ପିଇବା ପାଇଁ ରୁଚିଙ୍କୁ ଟଙ୍କା ମାଗିଥିଲେ। ମାତ୍ର ରୁଚି ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ଭାଇ ରୁଚିଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ତେବେ ଚିତ୍କାର ଶୁଣି ରାଜନ ଓ ତାଙ୍କ ପତ୍ନୀ ଆସି ରୁଚିଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଫୁଲବାଣୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ଆଜି ରାଜନ ଏନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ରୁଚିଙ୍କ ବଡ଼ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ବଡ଼ ଭାଇଙ୍କ ସାଥ୍‌ ଦେଇଥିବା ସାନଭାଇ ନାବାଳକ ହୋଇଥିବାରୁ ପୁଲିସ ତାକୁ ଜୁଭେନାଇ ଜେଷ୍ଟିସ୍‌ ବୋର୍ଡରେ ହାଜର କରାଇଛି।

Related story