ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

ସୁନ୍ଦରଗଡ଼: ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍। ସୁନ୍ଦରଗଡ଼ ବଣାଇ ରକ୍ସି ଖାଦାନ୍ ଅଞ୍ଚଳରେ ଦୁଇ ଗୋଷ୍ଠୀର ଶହ ଶହ କର୍ମୀ ଆଜି ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏପରି ଉପୁଜିଥିଲା କି ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଓ ଲାଠି ମାଡ଼ ହୋଇଛି। ସିପିଆଇଏମ୍ କର୍ମୀମାନେ ପେସାଙ୍କ ପଥର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଉତ୍ତେଜନା ପରେ ବି ଏ ସମ୍ପର୍କରେ ପୁଲିସ୍ ପାଖରେ […]

sundargarh

Ranjit Kumar Jena
  • Published: Wednesday, 21 October 2020
  • , Updated: 21 October 2020, 05:55 PM IST

ସୁନ୍ଦରଗଡ଼: ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍। ସୁନ୍ଦରଗଡ଼ ବଣାଇ ରକ୍ସି ଖାଦାନ୍ ଅଞ୍ଚଳରେ ଦୁଇ ଗୋଷ୍ଠୀର ଶହ ଶହ କର୍ମୀ ଆଜି ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏପରି ଉପୁଜିଥିଲା କି ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଓ ଲାଠି ମାଡ଼ ହୋଇଛି।

ସିପିଆଇଏମ୍ କର୍ମୀମାନେ ପେସାଙ୍କ ପଥର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଉତ୍ତେଜନା ପରେ ବି ଏ ସମ୍ପର୍କରେ ପୁଲିସ୍ ପାଖରେ କୌଣସି ଖବର ନଥିବା କ.ବଳାଙ୍ଗ ଥାନା ଆଇଆଇସି କହିଛନ୍ତି।

ଦୀର୍ଘ କିଛି ବର୍ଷ ଧରି ଏହି ଅଞ୍ଚଳରେ ପଥର ଚାଲାଣକୁ ନେଇ ଆଦିବାସୀଙ୍କ ସଂଗଠନ ପେସା ଓ ସିପିଆଇଏମ୍ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଆଜି ପରିସ୍ଥିତି ଅଣାୟତ୍ତ ହେବା ପରେ ଏକଜୁଟ୍ ହୋଇଛନ୍ତି ଦୁଇ ଗୋଷ୍ଠୀର ଲୋକେ। ଏ ବାବଦରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Related story