ଏମିତି ଆମ ବିକାଶ: ଗର୍ଭବତୀଙ୍କୁ ବାଇକରେ ବସାଇ ଠେଲି ଠେଲି ଆଣିଲେ ଗାଁ ଲୋକ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଗାଁକୁ ରାସ୍ତା ବୋଲି କିଛି  ନାହିଁ। ଯେଉଁ ପାଦ ଚଲା ରାସ୍ତାଟିଏ ଅଛି, ସେଥିରେ ଚାଲିଚାଲି ଯିବା କଷ୍ଟକର। ତାହା ପୁଣି କାଦୁଅ ସରସର। ତାହାହେଲେ ଏମିତି ରାସ୍ତାରେ ଆମ୍ୱୁଲାନ୍ସ ଆସିବ କେମିତି? ସ୍ୱାଧୀନତାର ଏତେ ବର୍ଷ ପରେ ବି  ଏମିତି ଚିତ୍ର ନବରଙ୍ଗପୁରରେ ଦେଖିବାକୁ ମିଳିଛି। ଯେଉଁଠି କାଦୁଅ ରାସ୍ତାରେ ଗର୍ଭବତୀଙ୍କୁ ବସାଇ, ବାଇକ୍‌କୁ ଠେଲି ଠେଲି ଲୋକେ ନେଉଛନ୍ତି। ପୂରା ଘଟଣା ଏମିତି। ଝରିଗାଁ ବ୍ଲକ୍‌ କୁରଲୁଭଟା ଗାଁର କାଲିଆମଣି ଶାନ୍ତାଙ୍କ ସ୍ତ୍ରୀ ସନାଇଙ୍କର ଆଜି ସକାଳେ ପ୍ରସବ ବେଦନା […]

manoo

manoo

Jitendra Garnayak
  • Published: Friday, 24 August 2018
  • Updated: 24 August 2018, 03:33 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଗାଁକୁ ରାସ୍ତା ବୋଲି କିଛି  ନାହିଁ। ଯେଉଁ ପାଦ ଚଲା ରାସ୍ତାଟିଏ ଅଛି, ସେଥିରେ ଚାଲିଚାଲି ଯିବା କଷ୍ଟକର। ତାହା ପୁଣି କାଦୁଅ ସରସର। ତାହାହେଲେ ଏମିତି ରାସ୍ତାରେ ଆମ୍ୱୁଲାନ୍ସ ଆସିବ କେମିତି?

ସ୍ୱାଧୀନତାର ଏତେ ବର୍ଷ ପରେ ବି  ଏମିତି ଚିତ୍ର ନବରଙ୍ଗପୁରରେ ଦେଖିବାକୁ ମିଳିଛି। ଯେଉଁଠି କାଦୁଅ ରାସ୍ତାରେ ଗର୍ଭବତୀଙ୍କୁ ବସାଇ, ବାଇକ୍‌କୁ ଠେଲି ଠେଲି ଲୋକେ ନେଉଛନ୍ତି।

ପୂରା ଘଟଣା ଏମିତି। ଝରିଗାଁ ବ୍ଲକ୍‌ କୁରଲୁଭଟା ଗାଁର କାଲିଆମଣି ଶାନ୍ତାଙ୍କ ସ୍ତ୍ରୀ ସନାଇଙ୍କର ଆଜି ସକାଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହା ଦେଖି ପରିବାର ଲୋକେ ଆଶା ଦିଦିଙ୍କୁ ଜଣାଇଥିଲେ। ପରେ ଆଶା ଦିଦି ୧୦୨ ଆମ୍ୱୁଲାନ୍ସକୁ ଫୋନ କରିଥିଲେ।

ଗାଁକୁ ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଆସି ୧ କିମି ଦୂର ଧୂମାମ ଗାଁ ନିକଟରେ ଅଟକି ରହିଲା। ଏହା ଜାଣିବା ପରେ ପରିବାର ଲୋକ ଓ ଗାଁ ଲୋକେ ମିଶି ଗର୍ଭବତୀ ମହିଳାଙ୍କୁ ଏକ ବାଇକ୍‌ ପଛରେ ବସାଇ ଠେଲି ଠେଲି ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଗର୍ଭବତୀଙ୍କୁ ଆମ୍ବୁଳାନ୍ସରେ ଆଣି ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି।

ସୂଚନାରୁ ପ୍ରକାଶ, ରାସ୍ତା ପାଇଁ ଗାଁ ଲୋକେ ପ୍ରଶାସନ ପାଖରେ ବର୍ଷ ବର୍ଷ ଧରି ଗୁହାରି କରି ଆସୁଛନ୍ତି। ଗତବର୍ଷ ଗାଁକୁ ରାସ୍ତା ତିଆରି ହୋଇଥିଲା। କିନ୍ତୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ରାସ୍ତା ଅଧପନ୍ତରିଆ ହୋଇପଡ଼ି ରହିଛି। ଠିକାଦାର ଜଣକ କେବଳ ମାଟି ଟିକିଏ ପକାଇ ରାସ୍ତା କାମ ସାରି ଦେଇଥିବା ଅଭିଯୋଗ ହେଉଛି।ଯାହାଫଳରେ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos