ସରିଲା କାମ, ଆଜିଠୁ ଗଡ଼ିବ ବିଦ୍ୟୁତ୍‌ ଟ୍ରେନ୍‌

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଟିଟିଲାଗଡ଼ ଓ ରାୟପୁର ମଧ୍ୟରେ ରେଳ ଟ୍ରାକ୍‌ରେ ଚାଲିଥିବା ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଯାଛି। ଯାହାଫଳରେ ଆଜିଠାରୁ ସମସ୍ତ ବିଦ୍ୟୁତ ଇଞ୍ଜିନ୍‌ ଚାଳିତ ଦ୍ରୁତଗାମୀ, ପାସେଞ୍ଜର ଓ ମାଲ୍‌ବାହୀ ଟ୍ରନ୍‌ ଚାଲିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗରୁ ଟିଟିଲାଗଡ଼ ଓ ରାୟପୁର ମଧ୍ୟରେ ଡିଜେଲ୍‌ ଇଞ୍ଜିନ ଚାଳିତ ଟ୍ରେନ୍‌ ଗୁଡ଼ିକ ଗଡ଼ୁଥିଲା। ଯାହାଫଳରେ ପରିବେଶ ଦୂଷିତ ହେବା ସହିତ ଦୂରଗାମୀ ଟ୍ରେନ୍‌ ଗୁଡ଼ିକର ଇଞ୍ଜିନ୍‌ ପରିବର୍ତ୍ତନ କରିବାକୁ ପଡ଼ୁଥିଲା। […]

The-work-is-done,-the-electric-train-will-roll-from-today

Manoranjan Sial
  • Published: Tuesday, 03 March 2020
  • , Updated: 03 March 2020, 03:59 PM IST

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଟିଟିଲାଗଡ଼ ଓ ରାୟପୁର ମଧ୍ୟରେ ରେଳ ଟ୍ରାକ୍‌ରେ ଚାଲିଥିବା ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଯାଛି। ଯାହାଫଳରେ ଆଜିଠାରୁ ସମସ୍ତ ବିଦ୍ୟୁତ ଇଞ୍ଜିନ୍‌ ଚାଳିତ ଦ୍ରୁତଗାମୀ, ପାସେଞ୍ଜର ଓ ମାଲ୍‌ବାହୀ ଟ୍ରନ୍‌ ଚାଲିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଗରୁ ଟିଟିଲାଗଡ଼ ଓ ରାୟପୁର ମଧ୍ୟରେ ଡିଜେଲ୍‌ ଇଞ୍ଜିନ ଚାଳିତ ଟ୍ରେନ୍‌ ଗୁଡ଼ିକ ଗଡ଼ୁଥିଲା। ଯାହାଫଳରେ ପରିବେଶ ଦୂଷିତ ହେବା ସହିତ ଦୂରଗାମୀ ଟ୍ରେନ୍‌ ଗୁଡ଼ିକର ଇଞ୍ଜିନ୍‌ ପରିବର୍ତ୍ତନ କରିବାକୁ ପଡ଼ୁଥିଲା। ଯେଉଁଥିପାଇଁ ଅଜଥା ସମୟ ନଷ୍ଟ ହେଉଥିଲା। ଏହାକୁ ଲକ୍ଷ୍ୟ କରି ରେଳ ବିଭାଗ ଟିଟିଲାଗଡ଼ ଓ ରାୟପୁର ମଧ୍ୟରେ ଥିବା ରେଳ ଟ୍ରାକକୁ ବିଦ୍ୟୁତ୍‌ କରଣ କରୁଥିଲା। କାମ ସରିବା ପରେ ପ୍ରଥମ ପର୍ଯ୍ୟାୟରେ ଗତ ୨୦ ତାରିଖରୁ କେତେକ ପାସେଞ୍ଜର ଟ୍ରେନ୍‌ ଓ ମାଲବାହୀ ଟ୍ରେନ୍‌ ଚାଲିଥିଲା। ଆଜିଠାରୁ ଏକ୍ସପ୍ରେସ ଓ ଦୂରଗାମୀ ବିଦ୍ୟୁତ୍‌ ଇଞ୍ଜିନ ଟ୍ରେନ୍‌ ଚାଲିବ।

ରେଳ ବିଭାଗର ସୂଚନା ଆନୁସାରେ ଆଜିଠାରୁ 18421/18422 ପୁରୀ-ଆଜମେର-ପୁରୀ ଏକ୍ସପ୍ରେସ, 22973/22974 & 12993/12994 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ, 22827/22828 ପୁରୀ-ସୁରଟ-ପୁରୀ ଏକ୍ସପ୍ରେସ, 12843/12844 & 18405/18406 ପୁରୀ-ଅହମଦାବାଦ-ପୁରୀ ଏକ୍ସପ୍ରେସ, 12145/12146 ମୁମ୍ବଇ ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ, 22847/22848 ବିଶାଖାପାଟଣା-ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ, 18407/18408 ପୁରୀ-ସାଇ ନଗର ସିରଡ଼ି-ପୁରୀ ଏକ୍ସପ୍ରେସ ଓ 12807/12808 ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଟ୍ରେନ ବିଦ୍ୟୁତ ଚାଲିତ ଇଞ୍ଜିନରେ ଚାଲିବ।

Related story