ଚୋରି ଅଭିଯୋଗରେ ହାଜତରେ ଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଇଁଠାପାଲି ଥାନାରେ ଅଭାବନୀୟ ଘଟଣା  ଘଟିଛି। ହାଜତ ଭିତରେ ବେଡସିଟ୍ ବାନ୍ଧି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଅଭିନାଶ ମୁଣ୍ଡା। ତାଙ୍କ ଘର ଅଇଁଠାପାଲି ଥାନାର ଭାଲୁପାଲି ଅଞ୍ଚଳରେ।

ଚୋରି ଅଭିଯୋଗରେ ପୋଲିସ ଅଭିନାଶକୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିଲା।  କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସେ ଘୋଡାଇ ହୋଇଥିବା ବେଡସିଟକୁ ଗୁଡାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାପରେ ମୃତ ଶରୀରକୁ ସଦର ହସପିଟାଲକୁ  ନିଆଯାଇଥିଲା। ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଶରୀରକୁ ଏନକ୍ୟୁଏଷ୍ଟ କରାଯିବା ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଯାଇଛି। ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ ଅନୁସାରେ ଏକ ଡାକ୍ତରୀ ଟିମ୍‌ ଦ୍ୱାରା ଶବ ବ୍ୟବଚ୍ଛେଦ କରାଯିବା ସହ ପୂରା ଘଟଣାର ଭିଡିଓଗ୍ରାଫି କରାଯିବ।