ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଗତକାଲି ରାତିରେ ସିରିଜ୍ ଚୋରି ହୋଇଛି। ଏକାଥରକେ ୪ଟି ସ୍ଥାନରେ କଳାକନା ବୁଲାଇଛନ୍ତି ଚୋର।
ସୂଚନା ଅନୁସାରେ କଲେଜ ରୋଡ୍ ସ୍ଥିତ ଥିବା ପୋଷ୍ଟ ଅଫିସ୍, ଦୁଇଟି କମ୍ପ୍ୟୁଟର ଦୋକାନ ଓ ଗୋଟିଏ ଷ୍ଟେସନାରୀ ଦୋକାନରେ ବିଳମ୍ୱିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଷ୍ଟ ଅଫିସ୍ରୁ ତାଲା ଭାଙ୍ଗି ୧୫୦୦ ଟଙ୍କା ଚୋରି ହୋଇଥିବା ବେଳେ ଦୁଇଟି କମ୍ପ୍ୟୁଟର ଦୋକାନରୁ ୧୫୦୦୦ ଟଙ୍କା ଓ ହାଡଡିସ୍କ ଚୋରି ହୋଇଛି। ଆଜି ସକାଳେ ପୋଲିସ ଏନେଇ ଖବର ପାଇବା ପରେ ଘଟଣାର ତଦନ୍ତ ଜାରି ରଖିଛି।