ରାଜଧାନୀରେ କେତୋଟି ବେଆଇନ୍ ଆପାର୍ଟମେଣ୍ଟ ରହିଛି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଅନେକ ବେଇଆନ୍ ଆପାର୍ଟମେଣ୍ଟ ରହିଛି। କେବଳ ରାଜଧାନୀରେ ୪୬୩ଟି ବେଆଇନ ଆପାର୍ଟମେଣ୍ଟ ରହିଛି। ଏଥିମଧ୍ୟରୁ କିଛି ଆପାର୍ଟମେଣ୍ଟ ଗୁଡିକୁ ଡିମୋଲେସନ ପାଇଁ ପାସ୍ ହୋଇଥିବା ବେଳେ ଏବେ ବି କିଛି ମାମଲା ବିଚାରାଧୀନ ରହିଛି। ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ବର୍ତ୍ତମାନ ରାଜ୍ୟ ସରକାର ସୁଦ୍ଧା ୧୬୪୩ଟି ଆପାର୍ଟମେଣ୍ଟକୁ ନିର୍ମାଣ […]

bhubaneswar-Apartment

Ranjit Kumar Jena
  • Published: Tuesday, 30 March 2021
  • , Updated: 30 March 2021, 08:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଅନେକ ବେଇଆନ୍ ଆପାର୍ଟମେଣ୍ଟ ରହିଛି। କେବଳ ରାଜଧାନୀରେ ୪୬୩ଟି ବେଆଇନ ଆପାର୍ଟମେଣ୍ଟ ରହିଛି। ଏଥିମଧ୍ୟରୁ କିଛି ଆପାର୍ଟମେଣ୍ଟ ଗୁଡିକୁ ଡିମୋଲେସନ ପାଇଁ ପାସ୍ ହୋଇଥିବା ବେଳେ ଏବେ ବି କିଛି ମାମଲା ବିଚାରାଧୀନ ରହିଛି। ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ବର୍ତ୍ତମାନ ରାଜ୍ୟ ସରକାର ସୁଦ୍ଧା ୧୬୪୩ଟି ଆପାର୍ଟମେଣ୍ଟକୁ ନିର୍ମାଣ ନକ୍ସା ଅନୁମୋଦନ କରିଛନ୍ତି। ତେବେ ବେଆଇନ ଘୋଷଣା କରିଥିବା ଆପାର୍ଟମେଣ୍ଟ ଗୁଡିକୁ ସରକାର କାହିଁକି ବିଜୁଳି ଓ ପାଣି ଯୋଗାଇ ଦେଉଛନ୍ତି। ଏହାର ଜବାବରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସରକାର ତଥ୍ୟ ସଂଗ୍ରହ କରୁଛନ୍ତି।

ଅନ୍ୟ ପଟେ ବାରମ୍ବାର ସୁଯୋଗ ଦେଇ ମଧ୍ୟ କମ୍ପାଉଣ୍ଡିଂ ଫିସ୍ ଦେବାକୁ ପଡୁଥିବାରୁ କିଛି ବିଲ୍ଡର ଜାଣିଶୁଣି ରେଗୁଲାରାଇଜ କରୁନାହାନ୍ତି ତେଣୁ ସେମାନଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି କହିଛନ୍ତି ଅନେକ ବିଲ୍ଡର।

ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ରାଜ୍ୟ ସରକାର ୧୫୦୦ ବଡ଼ ବଡ଼ ବେଇଆନ୍ ଆପାର୍ଟମେଣ୍ଟକୁ ଚିହ୍ନଟ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟ ଯେ ସାରା ରାଜ୍ୟରେ ଦିନକୁ ଦିନ ବେଆଇନ୍ ଆପାର୍ଟମେଣ୍ଟ ବଢ଼ିଚାଲିଛି। ରାଜ୍ୟ ସରକାର ସେସବୁକୁ ଭାଙ୍ଗିବାର ଆବଶ୍ୟକତା ରହିଛି। କିନ୍ତୁ ସରକାର ଏଥିରୁ ମାତ୍ର ୧୯୪ଟି ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ବ୍ୟବସ୍ଥା କରୁଛନ୍ତି। ଅନ୍ୟପଟେ ରାଜ୍ୟ ସରକାର କହୁଛନ୍ତି ଯେ ଆମେ ତାକୁ ସମାଧାନ କରିଦେବୁ ଏ‍ବଂ ଏହା ପରେ ଗୋଟିଏ ଆଇନ୍ ତିଆରି କରାଯିବ।

Related story