କ୍ୟାସ୍‌ଲେସ୍‌ କାରବାରକୁ ଝଟ୍‌କା! ୧୧ ହଜାର ଗାଁରେ ପହଞ୍ଚିନି ମୋବାଇଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଡିଜିଟାଲ୍‌ ଇଣ୍ଡିଆର ସ୍ୱପ୍ନ ଦେଖାଉଛନ୍ତି। ଏପରିକି କ୍ୟାସ୍‌ଲେସ୍‌ କାରବାର କରିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ କ୍ୟାସ୍‌ଲେସ୍‌ କାରବାର ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ଓଡ଼ିଶାରେ ନାହିଁ। ଏଯାଏଁ ରାଜ୍ୟର ୧୧ ହଜାର ଗାଁକୁ ଯାଇପାରିନି ଟେଲି ଯୋଗାଯୋଗ ବ୍ୟବସ୍ଥା। ବଜେଟ ପୂର୍ବରୁ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଇଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ଏହା ପୂର୍ବରୁ […]

mobil

Manoranjan Sial
  • Published: Monday, 17 February 2020
  • , Updated: 17 February 2020, 04:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଡିଜିଟାଲ୍‌ ଇଣ୍ଡିଆର ସ୍ୱପ୍ନ ଦେଖାଉଛନ୍ତି। ଏପରିକି କ୍ୟାସ୍‌ଲେସ୍‌ କାରବାର କରିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ କ୍ୟାସ୍‌ଲେସ୍‌ କାରବାର ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ଓଡ଼ିଶାରେ ନାହିଁ। ଏଯାଏଁ ରାଜ୍ୟର ୧୧ ହଜାର ଗାଁକୁ ଯାଇପାରିନି ଟେଲି ଯୋଗାଯୋଗ ବ୍ୟବସ୍ଥା। ବଜେଟ ପୂର୍ବରୁ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଇଛନ୍ତି ରାଜ୍ୟ ସରକାର।

ଆସନ୍ତାକାଲି ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ଏହା ପୂର୍ବରୁ ଅର୍ଥାତ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଏଥିରେ ଦର୍ଶା ଯାଇଛି, ରାଜ୍ୟରେ ମୋଟ ୫୧୩୧୧ ଗାଁ ରହିଛି। ଏହା ଭିତରୁ ୧୧ ହଜାର ଗାଁରେ ମୋବାଇଲ ସ୍ୱପ୍ନ ହୋଇରହିଛି। ଏହି ୧୧ ହଜାର ଗାଁ ମଧ୍ୟରୁ କେବଳ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ୧୦ ହଜାର ଗାଁରେ ମୋବାଇଲ୍‌ ସେବାର ନାଁ ଗନ୍ଧ ନାହିଁ।

ରିପୋର୍ଟରେ ଦର୍ଶାଯାଇଛି, ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟାରେ ଜାତୀୟ ହାର ତଳେ ରହିଛି ଓଡ଼ିଶା। ଜାତୀୟ ସ୍ତରରେ ଟେଲିଘନତ୍ୱ ୯୩.୨୭% ଥିବା ରାଜ୍ୟରେ ୮୦.୨୮% ରହିଛି। ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟାରେ ମଧ୍ୟ ଜାତୀୟ ହାର ତଳେ ଓଡ଼ିଶା ରହିଛି। ଜାତୀୟସ୍ତରରେ ୩୮.୦୨ % ଲୋକ ଇଣ୍ଟରନେଟ ବ୍ୟବହାର କରୁଥିବା ବେଳେ ରାଜ୍ୟସ୍ତରରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୮.୨୨ % ରହିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶା ଯାଇଛି।

Related story