‘ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତାଟିଏ ନଥିବା ଦୁର୍ଭାଗ୍ୟଜନକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀକୁ ସରକାରୀସ୍ତରରେ ପାଳନ କରୁଥିବା ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଗୋପବନ୍ଧଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗାଁକୁ ସବୁଦିନିଆ ରାସ୍ତାଟିଏ ସଂଯୋଗ କରିପାରିନାହାନ୍ତି। ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ସୁଆଣ୍ଡୋ ଗାଁକୁ ରାସ୍ତାଟିଏ ନିର୍ମାଣ ନହେବା, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି। ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗାଁ ଓ ବକୁଳବନସ୍ଥିତ ସମାଧି ପୀଠରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ […]

gopabandhu-das-birthplace-suando

Manoranjan Sial
  • Published: Wednesday, 09 October 2019
  • , Updated: 09 October 2019, 08:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀକୁ ସରକାରୀସ୍ତରରେ ପାଳନ କରୁଥିବା ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଗୋପବନ୍ଧଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗାଁକୁ ସବୁଦିନିଆ ରାସ୍ତାଟିଏ ସଂଯୋଗ କରିପାରିନାହାନ୍ତି। ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ସୁଆଣ୍ଡୋ ଗାଁକୁ ରାସ୍ତାଟିଏ ନିର୍ମାଣ ନହେବା, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗାଁ ଓ ବକୁଳବନସ୍ଥିତ ସମାଧି ପୀଠରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ତ୍ୟାଗପୂତ ଜୀବନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଭାଷା ବିଲୋପ ବିରୁଦ୍ଧରେ ପ୍ରତିବାଦ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତା’ର ଭାଷା। ଭାଷା ହିଁ ଗୋଟିଏ ଜାତିର ପ୍ରାଣ ସ୍ପନ୍ଦନ ବୋଲି ଗୋପବନ୍ଧୁ ସର୍ବଦା କହୁଥିଲେ। ସେହିପରି କଲିକତାରେ ସେ ଉଚ୍ଚଶିକ୍ଷା କରୁଥିବା ସମୟରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଓଡ଼ିଶା ଶ୍ରମିକ ସଂଘ ଏବଂ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା।

କିନ୍ତୁ ପରିତାପର ବିଷୟ ହେଉଛି ଯେ, ସ୍ୱାଧୀନତାର ୭୨ ବର୍ଷ ପରେ ବି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ଏକ ନିୟମିତ ରାସ୍ତା ନିର୍ମାଣ ହୋଇପାରିନାହିାଁ ରାଜ୍ୟ ସରକାର ତୁରନ୍ତ ସୁଆଣ୍ଡୋ ଗ୍ରାମକୁ ସବୁଦିନିଆ ରାସ୍ତାରେ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ଏବଂ ଗୋପବନ୍ଧୁଙ୍କ ଜନସ୍ଥାନକୁ ଉନ୍ନତିକରଣ କରି ପ୍ରଚାର ପ୍ରସାର କରିବା ପାଇ ବିଜେପି ଦାବି କରୁଛି। ଏହି ପ୍ରତିନିଧି ଦଳରେ ପୁରୀ ଜିଲ୍ଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ବିରଞ୍ଚି ତ୍ରିପାଠୀ, ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ଓ ଜୟନ୍ତ ଦାସ ପ୍ରମୁଖ ସାମିଲ ଥିଲେ।

Related story