୧୮ରୁ ୪୪ ବର୍ଷର ଲୋକଙ୍କୁ କେବେ ମିଳିବ ଟିକା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାୟ ୧.୯୩ କୋଟି ୧୮ରୁ ୪୪ ବର୍ଷର ଲୋକ ଅଛନ୍ତି। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଟିକା ପାଇଁ ଦୁଇ କଂପାନୀକୁ ରାଜ୍ୟ ସରକାର ଅର୍ଡର କରିଛନ୍ତି। କେବେ ଆମ ପାଖରେ ଟିକା ପହଞ୍ଚିବ, କିଛି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି-“କରୋନା ଟିକା ପହଞ୍ଚିଲେ ୧୮-୪୪ ବର୍ଗଙ୍କୁ ଟିକାକରଣ ଆରମ୍ଭ କରାଯିବ। […]

vaccination

Manoranjan Sial
  • Published: Friday, 30 April 2021
  • , Updated: 30 April 2021, 06:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାୟ ୧.୯୩ କୋଟି ୧୮ରୁ ୪୪ ବର୍ଷର ଲୋକ ଅଛନ୍ତି। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଟିକା ପାଇଁ ଦୁଇ କଂପାନୀକୁ ରାଜ୍ୟ ସରକାର ଅର୍ଡର କରିଛନ୍ତି। କେବେ ଆମ ପାଖରେ ଟିକା ପହଞ୍ଚିବ, କିଛି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେ କହିଛନ୍ତି-“କରୋନା ଟିକା ପହଞ୍ଚିଲେ ୧୮-୪୪ ବର୍ଗଙ୍କୁ ଟିକାକରଣ ଆରମ୍ଭ କରାଯିବ। ଟିକା କିଣା ବାବଦରେ ଗତକାଲି ଔଷଧ ନିଗମକୁ ୭୦୦ କୋଟି ଦେଇଛୁ। ସମସ୍ତେ ଟିକା ପାଇଁ ପଂଜୀକରଣ କରନ୍ତୁ, ଟିକା ଆସିଲେ ଦିଆଯିବ। ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ୨ୟ ଡୋଜ ପାଇଁ ଅଗ୍ରାଧିକାର ମିଳିବ।”

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆହୁରି କହିଛନ୍ତି-“ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରିନଥିଲୁ। ଏବେ ଦେଶର ୮୦ ପ୍ରତିଶତ କେସ୍‌ ୮/୯ଟି ରାଜ୍ୟରୁ ଆସୁଛି। ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି। ଆଜି ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ରହିଛି। କୋଭିଡ୍‌ ନିୟମ ପାଳନ କଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା। କୋଭିଡ୍‌ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ବଜାର ଗଲେ ସଚେତନ ରହନ୍ତୁ। ଆମ ରାଜ୍ୟରେ ଟେଷ୍ଟିଂ ବଢ଼ାଇଛୁ। ୨୫ ହଜାର RTPCR କରିବାକୁ ଲକ୍ଷ୍ୟ ରଖାଯାଇଛି।”

ସେ କହିଛନ୍ତି-“ପଶ୍ଚିମବଙ୍ଗ ଓ ଛତିଶଗଡ଼ ସୀମା ସିଲ୍‌ କରି ସଂକ୍ରମଣ ନିୟନ୍ତ୍ରଣ ଚେଷ୍ଟା କରିଛୁ। ଦେଶର ସ୍ଥିତି କେଉଁ ଆଡ଼କୁ ଯିବ, କେହି ଆକଳନ କରିପାରୁନାହାନ୍ତି। ଯେତେ ପଦକ୍ଷେପ ନେଲେ ମଧ୍ୟ କୋଭିଡ୍‌ ଲହର ଏପର୍ଯ୍ୟନ୍ତ କମିନାହିଁ। ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଠିକ ଅବସ୍ଥାରେ ଅଛୁ। ଆଗକୁ ସ୍ଥିତି କଣ ହେବ, କିଛି ଆକଳନ କରିହେଉନାହିଁ। ଏବେ ୩୩% ସାଧାରଣ ବେଡ୍‌, ୬୯% ICU, ୩୫% ଭେଣ୍ଟିଲେଟର ବ୍ୟବହୃତ। ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ହେବ ନାହିଁ। କୌଣସି ହସ୍ପିଟାଲରେ ସିଲିଣ୍ଡର ଯେମିତି ଖାଲି ରହିବନି, ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି।”

ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଅତିକ୍ରମ କରିଛି। ଆଜି ଚିହ୍ନଟ ହୋଇଥିବା ୮୬୮୧ କରୋନା ସଂକ୍ରମିତଙ୍କ ଭିତରୁ ୩୭୩୩ ଜଣ ଲୋକାଲ୍‌ କେସ୍‌ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ୪୯୪୮। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story