ରାଜ୍ୟରେ ଅକ୍ସିଜେନ ଅଭାବ ହେବନି: ନବ ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅକ୍ସିଜେନ ଅଭାବ ହେବନି। ଓମିକ୍ରନ ସଂକ୍ରମଣ ନେଇ ସମୀକ୍ଷା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ରହିଛନ୍ତି। ଶିଶୁଙ୍କ ପାଇଁ ମୋଟ୍‌ ୧ ହଜାର ୧୭୯ଟି ବେଡ୍‌ ପ୍ରସ୍ତୁତ ରଖାଯାଇଛି। ସେହିପରି ୯୩୭ଟି ଜେନେରାଲ୍ ବେଡ୍, ୨୪୨ଟି ICU ଓ ୧୧୦ଟି ଭେଣ୍ଟିଲେଟର ରହିଛି। ଯଦି ଆବଶ୍ୟକ ପଡେ ତେବେ ବେଡ୍‌ ସଂଖ୍ୟା ବଢ଼ାଇବା ପାଇଁ ପ୍ରଶାସନକୁ କୁହାଯାଇଛି। ଟିକାକରଣକୁ ଅଗ୍ରଗତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ମହାମାରୀ […]

Oxygen

Oxygen

Manoranjan Sial
  • Published: Monday, 03 January 2022
  • Updated: 03 January 2022, 05:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅକ୍ସିଜେନ ଅଭାବ ହେବନି। ଓମିକ୍ରନ ସଂକ୍ରମଣ ନେଇ ସମୀକ୍ଷା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ରହିଛନ୍ତି। ଶିଶୁଙ୍କ ପାଇଁ ମୋଟ୍‌ ୧ ହଜାର ୧୭୯ଟି ବେଡ୍‌ ପ୍ରସ୍ତୁତ ରଖାଯାଇଛି। ସେହିପରି ୯୩୭ଟି ଜେନେରାଲ୍ ବେଡ୍, ୨୪୨ଟି ICU ଓ ୧୧୦ଟି ଭେଣ୍ଟିଲେଟର ରହିଛି। ଯଦି ଆବଶ୍ୟକ ପଡେ ତେବେ ବେଡ୍‌ ସଂଖ୍ୟା ବଢ଼ାଇବା ପାଇଁ ପ୍ରଶାସନକୁ କୁହାଯାଇଛି। ଟିକାକରଣକୁ ଅଗ୍ରଗତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ମହାମାରୀ କରୋନା ଟିକେ କମିବା ପରେ ରାଜ୍ୟ ସରକାର ସବୁ ସେକ୍ଟରକୁ ଖୋଲି ଦେଇଥିଲେ। ହାଟ ବଜାରଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲି ଯାଇଛି। କରୋନା ଗାଇଡ୍‌ଲାଇନ୍‌ ଭିତରେ ସବୁ ଚାଲିଥିବା ବେଳେ ହଠାତ୍‌ ଫେରିଛି ଡେଲ୍‌ଟା ଓ ଓମିକ୍ରନ୍‌ ମ୍ୟୁଟିସନ୍‌। ରାଜ୍ୟ ବାହାରେ ଓମିକ୍ରନ୍‌ ଓ ଡେଲ୍‌ଟା ମ୍ୟୁଟିସନ୍‌ ତାଣ୍ଡବ ଖେଳୁଛି। ବିଶେଷ କରି ରାଜଧାନୀ ଦିଲ୍ଲୀ, ମାୟା ନଗରୀରେ ମୁମ୍ୱାଇରେ ପ୍ରତିଦିନ ହଜାର ହଜାର ଓମିକ୍ରନ୍‌ ଓ ଡେଲ୍‌ଟା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯେଉଁଥିପାଇଁ ଦିଲ୍ଲୀ ସରକାର ସ୍କୁଲ କଲେଜ ବନ୍ଦ କରିବା ସହିତ ଅନ୍ୟାନ୍ୟ ଅନୁଷ୍ଠାନ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଓଡ଼ିଶାରେ ଆଜି ସୁଦ୍ଧା ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା କରାଯାଉଛି। ଠିକ୍‌ ସେମିତି ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯, ବରଗଡ଼ରୁ ୫, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୬, କଟକରୁ ୬୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬, ଗଞ୍ଜାମରୁ ୩, ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, କୋରାପୁଟରୁ ୩, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫, ପୁରୀରୁ ୧୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୨, ସୋନପୁରରୁ ୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି।

୪୨୪ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୫ ହଜାର ୧୦୯ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୨୩୫୫ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୩୩ ହଜାର ୭୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos