ରାୟଗଡ଼ା: ଠିକାଦାରଙ୍କ ବାପାଙ୍କୁ ଛାଡ଼ିଲେ ଅପହରଣକାରୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନାଥମା ମାଲିପଡା ଫାର୍ମହାଉସ୍‌ରୁ ଅପହୃତ ହୋଇଥିବା ଠିକାଦାରଙ୍କ ବାପାଙ୍କୁ ଆଜି ସକାଳ ୭ଟାରେ ଅପହରଣକାରୀମାନେ ମୁକ୍ତ କରିଛନ୍ତି।  ପେରିଗାଁ ନିକଟରେ ଅପହୃତ ନୀଳାଦ୍ରିଙ୍କୁ  ଅପହରଣକାରୀମାନେ ଛାଡି ଦେଇଛନ୍ତି। ନୀଳାଦ୍ରିଙ୍କୁ ମାଲିପଡ଼ା ଫାର୍ମହାଉସ୍‌ରେ ପୋଲିସ୍‌ ଘଟଣା ସମ୍ପର୍କରେ ପଚରାଉଚରା କରିଛି। ଗତ ଗୁରୁବାର ଦିନ ଠିକାଦାର ରଘୁନାଥ ସାମନ୍ତରାୟଙ୍କ ବାପା ନିଳାଦ୍ରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ମାଲିପଡ଼ା ଫାର୍ମ ହାଉସ୍‌ରୁ  ୪ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା  ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତମାନେ ଏକ […]

Niladri

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 05:06 AM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନାଥମା ମାଲିପଡା ଫାର୍ମହାଉସ୍‌ରୁ ଅପହୃତ ହୋଇଥିବା ଠିକାଦାରଙ୍କ ବାପାଙ୍କୁ ଆଜି ସକାଳ ୭ଟାରେ ଅପହରଣକାରୀମାନେ ମୁକ୍ତ କରିଛନ୍ତି।  ପେରିଗାଁ ନିକଟରେ ଅପହୃତ ନୀଳାଦ୍ରିଙ୍କୁ  ଅପହରଣକାରୀମାନେ ଛାଡି ଦେଇଛନ୍ତି। ନୀଳାଦ୍ରିଙ୍କୁ ମାଲିପଡ଼ା ଫାର୍ମହାଉସ୍‌ରେ ପୋଲିସ୍‌ ଘଟଣା ସମ୍ପର୍କରେ ପଚରାଉଚରା କରିଛି।

ଗତ ଗୁରୁବାର ଦିନ ଠିକାଦାର ରଘୁନାଥ ସାମନ୍ତରାୟଙ୍କ ବାପା ନିଳାଦ୍ରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ମାଲିପଡ଼ା ଫାର୍ମ ହାଉସ୍‌ରୁ  ୪ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା  ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତମାନେ ଏକ କାର୍‌ରେ ଆସି ଫାର୍ମହାଉସ୍‌ ପଛପଟ ଗେଟ୍‌ରେ ଭିତରକୁ ପଶି  ତାଙ୍କୁ ଅପହରଣ କରି ନେଇଥିଲେ। ଏହାର ପ୍ରତିବାଦ କରିବାରୁ  ଫାର୍ମ ହାଉସ୍‌ ଜଗୁଆଳୀଙ୍କୁ ଦୁର୍ବୃତ୍ତମାନେ ମଧ୍ୟ ଧମକ ଚମକ ଦେଇଥିଲେ । ନକ୍ସଲ ଅପହରଣ କରିଥିବା ନେଇ ଏକ ଚିଠି ଛାଡି ଚାଲିଯାଇଥିଲେ। ନୀଳାଦ୍ରିଙ୍କୁ ଛାଡିବାକୁ ତାଙ୍କ ପୁଅ ରଘୁନାଥଙ୍କୁ ୫କୋଟି ଟଙ୍କା ଦୁବୃର୍ତ୍ତମାନେ  ଦାବି କରିଥିଲେ।

Related story