ତିନି ଉପ ଦଳପତିଙ୍କ ବୟାନ ରେକର୍ଡ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଖୋଲତାଡ ଜାରି ରହିଛି । ଗତକାଲି ବନଜାଗ ଦଳର ତିନି ଉପ ଦଳପତିଙ୍କ ବୟାନ ରେକର୍ଡ କରାଯାଇଛି । ଅପରାହ୍ନରେ ୩ଟାରେ ଉପ ଦଳପତି ଦୁର୍ଗାଦାସ ମହାପାତ୍ର, ଗଣେଶ ଦାସ ମହାପାତ୍ର ଓ ବ୍ରଜଦାସ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କୋର୍ଟରେ ନିଜ ପକ୍ଷ ରଖିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ମତ ରଖିବା ଲାଗି ଦଇତାପତିଙ୍କଠାରୁ ଆହ୍ୱାନ କରାଯାଇଥିଲା। ବହୁ ଦଇତାପତି […]

daipati

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 04:10 AM IST

ପୁରୀ: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଖୋଲତାଡ ଜାରି ରହିଛି । ଗତକାଲି ବନଜାଗ ଦଳର ତିନି ଉପ ଦଳପତିଙ୍କ ବୟାନ ରେକର୍ଡ କରାଯାଇଛି । ଅପରାହ୍ନରେ ୩ଟାରେ ଉପ ଦଳପତି ଦୁର୍ଗାଦାସ ମହାପାତ୍ର, ଗଣେଶ ଦାସ ମହାପାତ୍ର ଓ ବ୍ରଜଦାସ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କୋର୍ଟରେ ନିଜ ପକ୍ଷ ରଖିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ମତ ରଖିବା ଲାଗି ଦଇତାପତିଙ୍କଠାରୁ ଆହ୍ୱାନ କରାଯାଇଥିଲା। ବହୁ ଦଇତାପତି ବୟାନ ଦେବା ପାଇଁ ନିଜ ନାମ ଦେଇଛନ୍ତି । ଆଗକୁ ସେମାନଙ୍କ ବୟାନ ନିଆଯିବ ।  ବର୍ତ୍ତମାନ ରଥଯାତ୍ରା କିଭଳି ସୁରୁଖୁରେ ଓ ଶୃଙ୍ଖଳିତ ଭାବେ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Related story