ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଯାଜପୁର ପୁଲିସ। ଫେରାର ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁକୁ ଗିରଫ କରିଛି ପୁଲିସ। ଶକ୍ତିଶେଖରକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଏନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି।
ପ୍ରଥମେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା ବେଳେ କିଛି ଦିନ ପୂର୍ବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିଲା। ତେବେ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିବାରେ ସହଯୋଗ କରିଥିଲା ଶେଖର। ସେହିପରି ରାକେଶ ଏବଂ ଝରାଫୁଲଙ୍କ ପାଇଁ ହୋଟେଲ୍ ରୁମ୍ ବୁକ୍ କରିଥିଲା ଅମରେଶ।
ସେ ଝରାଫୁଲ ଓ ରାକେଶକୁ ଜାନୁୟାରୀ ୨୬ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଧର୍ମବିହାରର ଶିବସାଇ ଗେଷ୍ଟହାଉସରେ ୨୦୧ ନମ୍ବର ରୁମ୍ରେ ରଖାଇବାର ବ୍ୟବସ୍ଥା କରିଥିଲା। ସେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁର ସାଙ୍ଗ ଓ ଉଭୟ ଗୋଟିଏ ଗାଁର। ଏବେ ତୃତୀୟ ଅଭିଯୁକ୍ତ ଧରାପଡ଼ିଥିବାରୁ ଝରାଫୁଲର ମୃତ୍ୟୁର ପ୍ରକୃତ ଗୁମର ଖୋଲିବ ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।