ସାଇବର ଠକ ଟାର୍ଗେଟରେ କ୍ରାଇମବ୍ରାଞ୍ଚ ଏଡିଜି, ମେସେଜ ପଠାଇ ମାଗିଲା ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଇବର ଠକଙ୍କ ସାହସ ମାନିବାକୁ ପଡ଼ିବ! ପୂର୍ବରୁ ଆକୁ ତାକୁ ଠକୁଥିଲେ। ଏବେ ସିଧା ଟାର୍ଗେଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ। ଏଡିଜି କ୍ରାଇମବ୍ରାଞ୍ଚ ସଞ୍ଜୀବ ପଣ୍ଡାଙ୍କୁ ମେସେଜ୍‌ ପଠାଇ ମାଗିଛି ଟଙ୍କା। ଓକାକ ସାଇବରଫ୍ରଡ୍‌ ମାମଲାରେ ଫେରାର ଥିବା ଅଭିଯୁକ୍ତ ଏହି ମେସେଜ ପଠାଇଥିବା ସନ୍ଦେହ କରାଯାଉଛି। ଗତ ୯ ତାରିଖରେ ଏଡିଜି କ୍ରାଇମ୍‌ ବ୍ରାଞ୍ଚ ସଞ୍ଜୀବ ପଣ୍ଡାକୁ ମେସେଜ୍‌ କରିଥିଲା ସାଇବର ଠକ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ୯୮ ହଜାର […]

Sanjib Panda

Sanjib Panda

Manoranjan Sial
  • Published: Saturday, 11 December 2021
  • Updated: 11 December 2021, 06:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଇବର ଠକଙ୍କ ସାହସ ମାନିବାକୁ ପଡ଼ିବ! ପୂର୍ବରୁ ଆକୁ ତାକୁ ଠକୁଥିଲେ। ଏବେ ସିଧା ଟାର୍ଗେଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ। ଏଡିଜି କ୍ରାଇମବ୍ରାଞ୍ଚ ସଞ୍ଜୀବ ପଣ୍ଡାଙ୍କୁ ମେସେଜ୍‌ ପଠାଇ ମାଗିଛି ଟଙ୍କା। ଓକାକ ସାଇବରଫ୍ରଡ୍‌ ମାମଲାରେ ଫେରାର ଥିବା ଅଭିଯୁକ୍ତ ଏହି ମେସେଜ ପଠାଇଥିବା ସନ୍ଦେହ କରାଯାଉଛି।

ଗତ ୯ ତାରିଖରେ ଏଡିଜି କ୍ରାଇମ୍‌ ବ୍ରାଞ୍ଚ ସଞ୍ଜୀବ ପଣ୍ଡାକୁ ମେସେଜ୍‌ କରିଥିଲା ସାଇବର ଠକ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ୯୮ ହଜାର ଟଙ୍କା ପଠାଇବାକୁ ଅନୁରୋଧ କରିଥିଲା। ଏଡିଜି ଶ୍ରୀ ପଣ୍ଡା ତାଙ୍କ ସହିତ ଚାର୍ଟରେ କଥା ହୋଇଥିଲେ। ସାଇବର ଠକ ପ୍ରଥମେ ଗୋଟିଏ ଆକାଉଣ୍ଟ ଦେଇଥିଲା। ମାତ୍ର ତାହା କାମ କରୁନଥିବା କହିବାରୁ ସାଇବର ଠକ ଆଉ ଗୋଟିଏ ଆକାଉଣ୍ଟ ଦେଇଥିଲା।

ସାଇବର ଠକ ପଠାଇଥିବା ICICI ଆକାଉଣ୍ଟଟି ଗୁଜୁରାଟରେ ଥିବା ବେଳେ SBI ଆକାଉଣ୍ଟଟି ତ୍ରିପୁରାରେ ରହିଛି। ଯାଞ୍ଚ ପରେ ଏହି ଦୁଇଟି ଆକାଉଣ୍ଟଟି ଫ୍ରଡ୍‌ ବୋଲି ଜଣାପଡ଼ିଥିଲା। ଏହା ପରେ ଉକ୍ତ ଦୁଇଟି ଯାକ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି। ଏଥିସହ ଫୋନ ନମ୍ୱର, ଇ-ମେଲ୍‌ ଆଇଡି ଉପରେ ତର୍ଜମା କରାଯାଉଛି। ଓକାକ ସାଇବର ଠକେଇ ମାମଲାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଏହି ମେସେଜ ପଠାଇଥିବା ଯାଞ୍ଚରୁ ଜଣାପଡ଼ିଛି। ଏବେ ପୁଲିସ ତାକୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସାଇବର ଠକ ଓକାକ୍‌ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ୍‌ ହ୍ୟାକ କରି ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲେ। ଏପରିକି ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ସମ୍ପର୍କୀୟ ତଥା ବନ୍ଧୁବାନ୍ଧବ ୭ ଲକ୍ଷ ଟଙ୍କା ଦେଇଥିଲେ। ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ପଠାଇ ଥିଲେ। ସତ ପଦାକୁ ଆସିବା ପରେ ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଥିଲେ । ମନୋଜ ପଟ୍ଟନାୟକ ନିଜେ ମଧ୍ୟ ଥାନାରେ ଏତଲା ଦେଇଥିଲେ।

କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ନାଇଜେରିଆନ୍। ତା’ ନାଁ ହେଉଛି ଅକ୍ୟୁଦୁରୀ ପାସ୍କେଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos