ନବୀନଙ୍କ ଟେନ୍‌ସନ୍‌ ବଢ଼ାଉଛନ୍ତି ମନ୍ତ୍ରୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅରୁଣ ସାହୁ । ପ୍ରତାପ ଜେନା । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ  ଜଗନ୍ନାଥ ସାରକା।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳିରେ ସବୁଠୁ ଅଧିକ ବିବାଦରେ ଫସିଛନ୍ତି ଏହି ୪ ମନ୍ତ୍ରୀ। ଏମାନଙ୍କ ବିବାଦୀୟ କାର୍ଯ୍ୟକାଳ ବିରୋଧୀଙ୍କୁ ସରକାରଙ୍କ ଉପରେ ଶାଣିତ ଆକ୍ରମଣର ସୁଯୋଗ ଦେଇଛି । ତାସହିତ ନବୀନଙ୍କ ଭାବମୂର୍ତ୍ତିରେ ଆଣିଛି ଆଞ୍ଚ । ପରୀ ହତ୍ୟା ଘଟଣାରେ ବିବାଦ ଘେରକୁ ଟାଣି ହୋଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।  ବିଜେପି ଏହାକୁ […]

590

Tapas Behera
  • Published: Saturday, 09 January 2021
  • , Updated: 09 January 2021, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅରୁଣ ସାହୁ । ପ୍ରତାପ ଜେନା । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ  ଜଗନ୍ନାଥ ସାରକା।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳିରେ ସବୁଠୁ ଅଧିକ ବିବାଦରେ ଫସିଛନ୍ତି ଏହି ୪ ମନ୍ତ୍ରୀ। ଏମାନଙ୍କ ବିବାଦୀୟ କାର୍ଯ୍ୟକାଳ ବିରୋଧୀଙ୍କୁ ସରକାରଙ୍କ ଉପରେ ଶାଣିତ ଆକ୍ରମଣର ସୁଯୋଗ ଦେଇଛି । ତାସହିତ ନବୀନଙ୍କ ଭାବମୂର୍ତ୍ତିରେ ଆଣିଛି ଆଞ୍ଚ ।

ପରୀ ହତ୍ୟା ଘଟଣାରେ ବିବାଦ ଘେରକୁ ଟାଣି ହୋଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।  ବିଜେପି ଏହାକୁ ବଡ଼ ପ୍ରସଙ୍ଗ କରି ରାଜ୍ୟବ୍ୟାପୀ ବିକ୍ଷୋଭ କରିବା ସହ ଅରୁଣଙ୍କ ଇସ୍ତଫା ଓ ମାମଲାର ସିବିଇ ତଦନ୍ତ ଦାବି କରି ଆସୁଛି । ବିଜେଡି ସରକାରରେ ଅନ୍ୟତମ ପାଓ୍ୱାରଫୁଲ୍ ମନ୍ତ୍ରୀ ହେଉଛନ୍ତି ପ୍ରତାପ ଜେନା। ଏବେ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଫସିଛନ୍ତି ।

ଏପରିକି FIRରେ ବି ପ୍ରତାପଙ୍କ ନାଁ ରହିଛି।  ବିଜେପି ଏହି ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ ପ୍ରତାପଙ୍କ ବହିଷ୍କାର ଦାବି କରି ଆସୁଛି । ସେପଟେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ବିବାଦ ଘେରରେ। ରଣେନ୍ଦ୍ରଙ୍କ ଭାଇ ବୀରେନ୍ଦ୍ର ସ୍ୱାଇଁ ସମବାୟ ବ୍ୟାଙ୍କ ଋଣ ଜାଲିଆତିରେ ଜଡିତ ଥିବା ଅଭିଯୋଗ ଆସିବା ପରେ ରାଜା ସ୍ୱାଇଁ ଆଡକୁ ବି ଅଙ୍ଗୁଳି ଉଠିଛି।

ସେପଟେ ରତ୍ନପଥର ଚୋରା କାରବାରକୁ ନେଇ ବିବାଦ ଘେରକୁ ଆସିଥିଲେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା। ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ମନ୍ତ୍ରୀଙ୍କ ଫଟୋ ହୋଇଥିଲା ଭାଇରାଲ୍। ବଡ଼ ପ୍ରଶ୍ନ, ଏହି ଚାରି ମନ୍ତ୍ରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ କରିବେ ନବୀନ? ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ଏମାନେ ବିଦା ହେବେ କି? ତାକୁ ନେଇ ପାଓ୍ୱାର କରିଡର୍ରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଆଗକୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାର ସମ୍ଭାବନା ଥିବାରୁ ବିବାଦୀୟ ମନ୍ତ୍ରୀମାନେ ବିଦା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Related story