ଦନ୍ତା ଗୋଡ଼ରେ ବିରାଟ ଘା’, ବାହାରିଲା ପ୍ଲାଷ୍ଟିକ ରଶି

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଂଜ ବେତନଟି ରେଂଜର ମଶିଣାକାଟି ଜଙ୍ଗଲରେ ଆହତ ହୋଇଥିବା ଦନ୍ତାର ଗୋଡ଼ରୁ ବାହାରିଛି ପ୍ଲାଷ୍ଟିକ ରଶି। ଗୋଡ଼ରେ ଏକ ବଡ଼ କ୍ଷତ ହୋଇଛି। ଆଜି ପ୍ରଥମେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇ ହାତୀର ଗୋଡ଼ରେ ଅପରେସନ କରାଯାଇଥିଲା। ଡାକ୍ତରୀ ଟିମ୍ ଘା’କୁ ସଫା କରିବା ସହିତ ଔଷଧ ଦେଇଛନ୍ତି। ବାରହା ଶିକାର ପାଇଁ ଲଗାଯାଇଥିବା ଫାଶରେ ହାତୀ ପଡ଼ିଯିବାରୁ ଗୋଡ଼ରେ ବିରାଟ ଖତ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି। ହାତୀର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି […]

elephant

  • Published: Sunday, 02 October 2022
  • , Updated: 02 October 2022, 04:33 PM IST

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଂଜ ବେତନଟି ରେଂଜର ମଶିଣାକାଟି ଜଙ୍ଗଲରେ ଆହତ ହୋଇଥିବା ଦନ୍ତାର ଗୋଡ଼ରୁ ବାହାରିଛି ପ୍ଲାଷ୍ଟିକ ରଶି। ଗୋଡ଼ରେ ଏକ ବଡ଼ କ୍ଷତ ହୋଇଛି। ଆଜି ପ୍ରଥମେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇ ହାତୀର ଗୋଡ଼ରେ ଅପରେସନ କରାଯାଇଥିଲା। ଡାକ୍ତରୀ ଟିମ୍ ଘା’କୁ ସଫା କରିବା ସହିତ ଔଷଧ ଦେଇଛନ୍ତି।

ବାରହା ଶିକାର ପାଇଁ ଲଗାଯାଇଥିବା ଫାଶରେ ହାତୀ ପଡ଼ିଯିବାରୁ ଗୋଡ଼ରେ ବିରାଟ ଖତ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି। ହାତୀର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଓୟୁଓଟିରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଓ ଓ୍ୱାଇଲ୍ଡ ଲାଇପ୍ ରେସକ୍ୟୁ ଟିମ୍। ଏବେ ହାତୀର ଦେହ ଭଲ ଥିବା ଡାକ୍ତର ଓ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ହାତୀର ଚିକିତ୍ସାରେ ଡେରି କରାଯାଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ଦୁଇ ତିନି ମାସ ଆଗରୁ ଆହତ ହାତୀ ସଂପର୍କରେ ବନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।

Related story