ଗାନ୍ଧୀଜୀଙ୍କ ଜୀବନରେ ଓଡ଼ିଶାର ଅବଦାନ ବହୁତ : ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଓଡିଶାର ପ୍ରମୁଖ ଅବଦାନ ରହିଥିଲା । ଅଧ୍ୟାତ୍ମିକତା ଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଅନବଦ୍ୟ ଅବଦାନ ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଥିଲେ । ଜୟଦେବ ଭବନରେ ଅନୁଷ୍ଠିତ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ ତ୍ରୟୋଦଶ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ […]

Governor-Odisha

Governor-Odisha

Ordigital Desk
  • Published: Wednesday, 04 January 2023
  • Updated: 04 January 2023, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଓଡିଶାର ପ୍ରମୁଖ ଅବଦାନ ରହିଥିଲା । ଅଧ୍ୟାତ୍ମିକତା ଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଅନବଦ୍ୟ ଅବଦାନ ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଥିଲେ ।

ଜୟଦେବ ଭବନରେ ଅନୁଷ୍ଠିତ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ ତ୍ରୟୋଦଶ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ ଭାରତକୁ ସ୍ୱାଧୀନ କରିବା ସହ ବିଭିନ୍ନ କ୍ଷେତ୍ରରେ କ୍ରାନ୍ତି ଆଣିବାପାଇଁ ଯେଉଁ ମହାପୁରୁଷମାନେ ଅବଦାନ ଦେଇ ଯାଇଛନ୍ତି ସେମାନଙ୍କ ଜୀବନ ଶୃଙ୍ଖଳା, ନୈତିକତା ଓ ଅଧ୍ୟାତ୍ମିକ ଭିିତ୍ତିଭୂମିରେ ବିକଶିତ ହୋଇଥିଲା । ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜ କିଶୋର ନାୟକଙ୍କ ପର୍ଯ୍ୟନ୍ତ ତ୍ୟାଗୀ ପୁରୁଷମାନଙ୍କ ଜୀବନୀ ବିଶ୍ଲେଷଣ କଲେ ଏହା ଜଣାପଡ଼େ ।

ଭାରତ ଭୂମି ଭୋଗର ନୁହେଁ, ଏହା ତ୍ୟାଗ ଓ ସେବାର ବୋଲି ଆମ ଦେଶର ସଂଗ୍ରାମୀମାନେ ବାରମ୍ବାରା ଚେତାଇ ଦେଇ ଯାଇଛନ୍ତି । ଏହାକୁ ଆଦର୍ଶ ଭାବେ ରଖି ବର୍ତ୍ତମାନର ପୀଢି ଆଗେଇଲେ ଦେଶର ଅଭୂତପୂର୍ବ ବିକାଶ ହୋଇପାରିବ । ଭାରତ ଏବେ ପଛରେ ନାହିଁ । ବିଶ୍ୱର ନେତୃତ୍ୱ ନେଉଛି । ଏ ପରିପ୍ରେକ୍ଷୀରେ ବିକାଶର ଧାରା ଠାରୁ ପଛରେ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଆଗକୁ ଆଣିବା କ୍ଷେତ୍ରରେ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ । ଏହି ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମହାତ୍ମା ଗାନ୍ଧୀଙ୍କର ଜୀବନର ବିଶ୍ଲେଷଣ କରି କହିଥିଲେ ଯେ, ଭାରତୀୟମାନଙ୍କ ମଧ୍ୟରେ ସୁପ୍ତ ସିଂହର ଶକ୍ତି ଜାଗ୍ରତ କରିବା ଲାଗି ଗାନ୍ଧୀଜୀ ତିନିଟି ଉପାୟ ଅବଲମ୍ବନ କରିଥିଲେ । ତାହା ହେଉଛି ସତ୍ୟ, ଅହିଂସା ଓ ନିର୍ଭିକତା । ଏବେ ଆମ ସମାଜ ବ୍ୟବସ୍ଥା ଯେତେସବୁ ସମସ୍ୟାର ସମ୍ମୁଖୀନ ହେଉଛି ତାହାର ସରଳ ଉପଚାର ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଓ ତାଙ୍କ ପ୍ରଦର୍ଶିତ ନିର୍ଭିକତାରେ ରହିଛି । ଗାନ୍ଧୀଜୀଙ୍କ ବିଚାରଧାରା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହୋଇଛି ଏବଂ ମଣିଷ ସମାଜ ଯେତେସବୁ ସମସ୍ୟାର ସମ୍ମୁଖୀନ ହେଉଛି ସେସବୁର ଉପଚାର ଗାନ୍ଧୀ ବିଚାରରେ ରହିଛି ।

ଆମ ଗଣତନ୍ତ୍ରର ତିନିଟି ଯାକ ସ୍ତମ୍ଭ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗକୁ ଠିକଣା ଭାବେ ଅନୁଶୀଳନ କରି ଶୃଙ୍ଖଳା ଓ ସଂଯମତାର ସହ ଆଗକୁ ବଢିବା ସଂଗେ ସଂଗେ ଲୋକଙ୍କ ମନରେ ନିର୍ଭିକତାର ବାତାବରଣ ସୃଷ୍ଟିକଲେ ଦେଶରେ ନୂଆ କ୍ରାନ୍ତି ଆସିପାରିବ ବୋଲି ଜଷ୍ଟିସ ମିଶ୍ର ଉଲ୍ଲେଖ କରିଛନ୍ତି । ଜେଜେ ବାପା ପଣ୍ଡିତ ଗୋଦାବରିଶ ମିଶ୍ରଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀ ବାଣପୁର ଆସି ତାଙ୍କ ଘରେ ରାତ୍ରୀଯାପନ କରିବା କଥା ଉଲ୍ଲେଖ କରିବା ସଂଗେ ସଂଗେ ଗାନ୍ଧୀଜୀ କେବଳ ରକ୍ତମାଂସ ଶରୀରଧାରୀ ଜଣେ ସାଧାରଣ ମଣିଷ ନୁହନ୍ତି, ଦୁର୍ଦ୍ଦିନରେ ପଡିଥିବା ଦେଶବାସୀଙ୍କ ପାଇଁ ଜଣେ ଅବତାରୀ ପୁରୁଷ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି ।

ଗାନ୍ଧୀ ବିଚାରର ସର୍ବକାଳୀନ ପ୍ରାସଙ୍ଗିକତା ଶୀର୍ଷକ ଏହି ବକ୍ତୃତାମାଳାରେ ନିଜର ମତ ରଖି ପ୍ରଫେସର ସଂଘମିତ୍ରା ମିଶ୍ର ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ଯେଉଁ ସଂଗ୍ରାମୀମାନଙ୍କ ସାଧନା, ସେବା, ସଙ୍କଳ୍ପ, ସଂଘର୍ଷ ଫଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତାକୁ ଫେରିପାଇଛୁ ସେମାନଙ୍କ ପ୍ରତି ଜାତି ସବୁବେଳେ କୃତଜ୍ଞ ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ ।

ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରହଲାଦ ସିଂହ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ ଭଲ ମଣିଷ ହେବାପାଇଁ ଗାନ୍ଧୀଜୀ ଯେଉଁ ମାର୍ଗଦର୍ଶନ ଦେଇଯାଇଛନ୍ତି ତାହା ସବୁକାଳ ପାଇଁ ପ୍ରାସଙ୍ଗିକ । ସତର ସରଳରେଖା ଉପରେ ମଣିଷର ଚିନ୍ତା, କାମ ଓ କଥା ତିନିଟି ବିନ୍ଦୁ ହୋଇ ରହିପାରିଲେ ଜଣେ ସଚ୍ଚା ସତ୍ୟାଗ୍ରହୀ ହେବା ସହ ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ । ଗାନ୍ଧୀଙ୍କ ଠାରୁ ରାଜକିଶୋର ନାୟକଙ୍କ ପର୍ଯ୍ୟନ୍ତ କ୍ରାନ୍ତିକାମୀମାନେ ଏହା ବାରମ୍ବାର ପ୍ରମାଣିତ କରି ଯାଇଛନ୍ତି । ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ରାଜ କିଶୋର ନାୟକଙ୍କ ପତ୍ନୀ ନିର୍ମଳାପ୍ରଭା ନାୟକଙ୍କ ରଚିତ ‘ସାୟାହ୍ନର ସ୍ମୃତି’ ପୁସ୍ତକର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକ ବିକ୍ରିରୁ ଲବ୍ଧ ଅର୍ଥ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣୀକୁ ପ୍ରଦାନ କରାଯିବ ବୋଲି ଉତ୍ସବରେ ଘୋଷଣା ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story