୩ ଲୁଟେରା ଗିରଫ: ୯ଟି ସୁନା ଚେନ୍‌ ଓ ୭ ବାଇକ୍ ଜବତ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ସୁନା ଚେନ୍‌ ଲୁଟୁଥିଲେ। ଘରୋଇ ବ୍ୟାଙ୍କରେ ବନ୍ଧା ରଖୁଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୁଲିସ୍। ଅଭିଯୁକ୍ତମାନେ ହେଉଛନ୍ତି କାଳି ପ୍ରସାଦ ରାଉଳ, ସୁନୀଲ ମାନସିଂହ ଓ ବିଭୁତିଭୂଷଣ ସାହୁ। କାଳି ପ୍ରସାଦର ଘର ଗଡ଼ଖୋର୍ଦ୍ଧା ହାଉସିଂବୋର୍ଡ କଲୋନୀରେ ହୋଇଥିବା ବେଳେ ସୁନୀଲ ବାଜପୁରର ବାସିନ୍ଦା। ସେହିପରି ବିଭୁତିଭୂଷଣର ଘର ପୁରୀ ଜିଲ୍ଲା ଗଡ଼ିଶଗଦା ଗାଁରେ। ଅଭିଯୁକ୍ତମାନେ କେବଳ ସୁନା ଚେନ୍ ଲୁଟୁ […]

Accused

Jitendra Garnayak
  • Published: Sunday, 26 June 2022
  • , Updated: 26 June 2022, 10:32 AM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ସୁନା ଚେନ୍‌ ଲୁଟୁଥିଲେ। ଘରୋଇ ବ୍ୟାଙ୍କରେ ବନ୍ଧା ରଖୁଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୁଲିସ୍।

ଅଭିଯୁକ୍ତମାନେ ହେଉଛନ୍ତି କାଳି ପ୍ରସାଦ ରାଉଳ, ସୁନୀଲ ମାନସିଂହ ଓ ବିଭୁତିଭୂଷଣ ସାହୁ। କାଳି ପ୍ରସାଦର ଘର ଗଡ଼ଖୋର୍ଦ୍ଧା ହାଉସିଂବୋର୍ଡ କଲୋନୀରେ ହୋଇଥିବା ବେଳେ ସୁନୀଲ ବାଜପୁରର ବାସିନ୍ଦା। ସେହିପରି ବିଭୁତିଭୂଷଣର ଘର ପୁରୀ ଜିଲ୍ଲା ଗଡ଼ିଶଗଦା ଗାଁରେ।

ଅଭିଯୁକ୍ତମାନେ କେବଳ ସୁନା ଚେନ୍ ଲୁଟୁ ନ ଥିଲେ ବାଇକ୍ ମଧ୍ୟ ଚୋରି କରୁଥିଲେ। ସେମାନଙ୍କ ଠାରୁ ୯ଟି ସୁନା ଚେନ୍ ଓ ୭ଟି ଚୋରା ବାଇକ୍‌ ମଧ୍ୟ ଜବତ କରାଯାଇଛି।

ଖୋର୍ଦ୍ଧା ସହର ସମେତ ଜଟଣୀ ଓ ଭୁବନେଶ୍ୱରରୁ ସୁନା ଚେନ ଲୁଟ୍‌ କରି ଅଭିଯୁକ୍ତମାନେ ଭିନ୍ନ ଭିନ୍ନ ଘରୋଇ ବ୍ୟାଙ୍କରେ ବନ୍ଧା ରଖିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲା ଟାଉନ ଥାନା ପୁଲିସ। ଏହା ପରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

Related story