ଭୁବନେଶ୍ୱର: ଆଗାମୀ ୩ବର୍ଷ ଭିତରେ ରାଜ୍ୟରେ ନିର୍ମାଣ ହେବ ୧୧୨ଟି ଶୀତଳଭଣ୍ଡାର। ଉତ୍ପାଦିତ ଆଳୁର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ୭ଲକ୍ଷ ୫ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ୧୧୨ଟି ଶୀତଳ ଭଣ୍ଡାର ମୁଖ୍ୟତଃ ଘରୋଇ ଉଦ୍ୟମରେ ନିର୍ମାଣ ହେବ। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୬୩ଟି ଆବେଦନ ମଧ୍ୟରୁ ୪୧ଜଣ ଉଦ୍ୟୋଗୀଙ୍କୁ ମନୋନୀତ କରାଯାଇଛି। ଶୀତଳଭଣ୍ଡାର ଗୁଡ଼ିକରେ ବିଦ୍ୟୁତ୍ ଶୁଳ୍କରେ ରିହାତି ଦେବାକୁ ସ୍ଥିର ହୋଇଛି। ନୂଆ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି କୃଷି, ସମବାୟ, ଖାଦ୍ୟ ଓ ଯୋଗାଣ ଏବଂ ଶକ୍ତି ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ପରାମର୍ଶ ଦେଇଛନ୍ତି। ୨୦୧୮ ସୁଦ୍ଧା ରାଜ୍ୟରେ ୬୦ ହଜାର ହେକ୍ଟର ଜମିରେ ଉଭୟ ଖରିଫ ଓ ରବି ଋତୁରେ ଆଳୁ ଉତ୍ପାଦନ ୧୧ଲକ୍ଷ ୨୫ ହଜାର ମେଟ୍ରିକ୍ ଟନକୁ ପହଞ୍ଚାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଏଥର ମଣ୍ଡି ଜଗିବେ ମନ୍ତ୍ରୀ-ଅଫିସର, ସାବାଡ୍ ହେବେ ଦଲାଲ୍
କାଲିଠୁ ବରଗଡ଼ ଓ ୨୧ରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରୁ ମୁକ୍ତି ପାଇବେ ଚାଷୀ। ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସର ଜଗିବେ ମଣ୍ଡି।
Miscellaneous
ଅନୁପମା ଜେମସଙ୍କୁ କେନ୍ଦ୍ରରେ ନିଯୁକ୍ତି, ହେଲେ ଏନଆଇଏ ଏସପି
ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏସପି ଭାବେ କାର୍ଯ୍ୟରତ ଅନୁପମା ଜେମସ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ଏନଆଇଏ ଏସପି ଭାବେ ନିଯୁକ୍ତି ମିଳିଛି । ସେ ୫ବର୍ଷ ପାଇଁ ଏନଏଆଇରେ କାର୍ଯ୍ୟ କରିବେ ।
Politics
୨୫ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ଅଧିବେଶନ ପାଇଁ ବାଚସ୍ପତି ୨୫ତାରିଖ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି ।
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।
Special
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା
ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।