ହାଲ୍‌ରେ ଆର୍ଥିକ ଅନିୟମିତତା ଅଭିଯୋଗ: ୩ ଠିକାଦାର ଗିରଫ

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌)ରେ କାମ କରୁଥିବା ୩ ଠିକାଦାରଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଆର୍ଥିକ ଅନିୟମିତତା ଅଭିଯୋଗରେ ପୁଲିସ୍ ଏହି ୩ ଠିକାଦାରଙ୍କୁ ଗିରଫ କରିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଠିକାଦାରମାନଙ୍କ ବ୍ୟାଙ୍କ ଖାତାକୁ ୪୫ ଲକ୍ଷରୁ ଅଧିକ ଟଙ୍କା ଆସିଥିଲା। ତେବେ ୧ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍ ହୋଇ ଥାଇପାରେ ବୋଲି ପୁଲିସ୍ କହିଛି। କିଛି ଦିନ ତଳେ […]

hal

Jitendra Garnayak
  • Published: Sunday, 14 October 2018
  • , Updated: 14 October 2018, 08:00 AM IST

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌)ରେ କାମ କରୁଥିବା ୩ ଠିକାଦାରଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ଆର୍ଥିକ ଅନିୟମିତତା ଅଭିଯୋଗରେ ପୁଲିସ୍ ଏହି ୩ ଠିକାଦାରଙ୍କୁ ଗିରଫ କରିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଠିକାଦାରମାନଙ୍କ ବ୍ୟାଙ୍କ ଖାତାକୁ ୪୫ ଲକ୍ଷରୁ ଅଧିକ ଟଙ୍କା ଆସିଥିଲା। ତେବେ ୧ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍ ହୋଇ ଥାଇପାରେ ବୋଲି ପୁଲିସ୍ କହିଛି।

କିଛି ଦିନ ତଳେ ସୁନାବେଡ଼ା HALରେ ଫାଇନାନ୍ସ ମ୍ୟାନେଜର ଥିବା ଭବେନ ମୈତ୍ର ତାଙ୍କ ଘରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ୧ ଲକ୍ଷ ୬୭ ହଜାର ଟଙ୍କା ପୋଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଥିଲା। ପୁଲିସ୍ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରି ନାହିଁ।

Related story