ଓଡ଼ିଶାରେ କରୋନା : ପୁଣି ସୁସ୍ଥ ହେଲେ ୩ ଜଣ, ପଜିଟିଭ ଚିହ୍ନଟ ହେଲେ ଜଣେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ନେଇ ଆସିଲା ଆଶ୍ୱସ୍ତକର ଖବର। ପୁଣି ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।  ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ତେବେ ଏହାରି ଭିତରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଆଜିର ଗୋଟିଏ ନୂଆ ପଜିଟିଭକୁ ମିଶାଇ ମୋଟ […]

dcx

Tapas Behera
  • Published: Saturday, 18 April 2020
  • , Updated: 18 April 2020, 05:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ନେଇ ଆସିଲା ଆଶ୍ୱସ୍ତକର ଖବର। ପୁଣି ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।  ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ତେବେ ଏହାରି ଭିତରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।


ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ଏଯାଏଁ ୨୪ ଜଣ ଭଲ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ର ସୁଦ୍ଧା ୮ ହଜାର ୬୧୯ ନମୁନା ପରୀକ୍ଷାର ରିପୋର୍ଟ ମିଳିଛି । ଏଥିରେ ୬୧ଟି ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରାଜ୍ୟରେ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୦.୭ । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଡାକ୍ତରଖାନାରୁ ଘରୁକୁ ଫେରିଛନ୍ତି ୨୪ ଜଣ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ସକ୍ରିୟ ଥିବା ୩୬ ଜଣ କରୋନା ରୋଗୀ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲମାନଙ୍କରେ ଚିକିତ୍ସାଧୀନ ଅଛନ୍ତି ।

ତେବେ ଏଠାରେ କୁହାଯାଇ ପାରେ ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ହେଲେ ପ୍ରଥମ ପର୍ଯ୍ୟାୟର ୭ ଦିନ ପରେ ଅର୍ଥାତ୍ ଏପ୍ରିଲ ୧ରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ୪୦ ପ୍ରତିଶତ କମିଛି। ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ଅଧିକ ଥିଲା ବୋଲି ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଦେଶ ଏବେ ସାମାଜିକ ଦୂରତ୍ୱ ଏବଂ କରୋନା ପ୍ରୋଟୋକଲକୁ ମାନୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ କମିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।

ମୁଖ୍ୟତଃ କରେନା ଆକ୍ରାନ୍ତ ଗୋଟିଏ ସ୍ଥାନରୁ ଅଧିକ ଚିହ୍ନଟ ହେବା ପରେ ସରକାର ସେହି ସ୍ଥାନକୁ ହଟସ୍ପଟ ଘୋଷଣା କରିବା ଦ୍ୱାରା କରୋନା ସଂକ୍ରମଣର ଚେନକୁ ଅଟକାଇବା ସଫଳ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। ଏପ୍ରିଲ ୧ ପରଠୁ ୧.୨ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ମାର୍ଚ୍ଚ ୧୫ରୁ ୩୧ ମଧ୍ୟରେ ଏହି ହାର ୨.୧ ଥିଲା। ଏହାର ଅର୍ଥ ସଂକ୍ରମିତଙ୍କ ସଂଖ୍ୟା ୪୦ ପ୍ରତିଶତ କମିଛି ବୋଲି ସଚିବ କହିଛନ୍ତି।

ସେହିପରି ଆକ୍ରାନ୍ତଙ୍କ ତୁଳନାରେ ହସ୍ପିଟାଲରୁ ଡିସଚାର୍ଜ ହାର ମଧ୍ୟ ବଢ଼ୁଛି। ଚଳିତ ସପ୍ତାହରେ ଗୁରୁବାର କେରଳରେ ସର୍ବାଧିକ ୨୪୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ତେଲେଙ୍ଗାନାରେ ୧୮୬, ତାମିଲନାଡୁରେ ୧୮୦, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ୧୬୪ ଜଣ ଲେଖାଏଁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତେବେ ଦିଲ୍ଲୀରେ ଆରୋଗ୍ୟ ହାର କମ୍ ରହିଛି। ୧,୬୪୦ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୫୧ ଜଣ ଅର୍ଥାତ୍ ୩ ପ୍ରତିଶତ ଆରୋଗ୍ୟ ହୋଇଛନ୍ତି ଗୁରୁବାର।। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବାର କାରଣ ତବଲିଗି ଜମାତଙ୍କ ଧାର୍ମିକ ସମ୍ମିଳନୀ ବୋଲି କୁହାଯାଉଛି। ଯାହାକି ମାର୍ଚ୍ଚ ତୃତୀୟ ସପ୍ତାହରେ ହୋଇଥିଲା। ସେତେବେଳେ ଦେଶ ମଧ୍ୟ କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଲକଡାଉନ୍ ଘୋଷଣା କରାଯାଇଥିଲା।

ଏହାବାଦ ଏବେ କରୋନାରେ ଆରୋଗ୍ୟ ହାର ଓ ମୃତକଙ୍କ ଅନୁପାତ ୧୦୦ ଜଣଙ୍କ ମଧ୍ୟରେ ୮୦:୨୦ ରହିଛି ବୋଲି ଅଗ୍ରଓ୍ୱାଲ କହିଛନ୍ତି। ଏଯାବତ ୧୪, ୩୭୮ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୪୮୦ ଜଣଙ୍କର ମୃତ୍ୟୁ ଘଟିଛି।

 

Related story