ଟ୍ରେନ୍ ଧକ୍କାରେ ୩ ମୃତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ହଳଦିଆପଦର ଲେବୁଲ କ୍ରସିଂ ନିକଟରେ ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରିନି। ସେମାନେ ବିହାର ଅଞ୍ଚଳର ହୋଇଥାଇପାରନ୍ତି ବୋଲି କୁହାଯାଉଛି। ଜିଆର୍‌ପି ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛି। ଏହି ଶ୍ରମିକମାନଙ୍କୁ ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କା ଦେଇଥିବା ସୂଚନା ମିଳିଛି। ଶ୍ରମିକମାନେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍‌ଟି ସେମାନଙ୍କୁ ଧକ୍କା […]

railline

Jitendra Garnayak
  • Published: Monday, 30 August 2021
  • , Updated: 30 August 2021, 09:15 AM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ହଳଦିଆପଦର ଲେବୁଲ କ୍ରସିଂ ନିକଟରେ ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରିନି। ସେମାନେ ବିହାର ଅଞ୍ଚଳର ହୋଇଥାଇପାରନ୍ତି ବୋଲି କୁହାଯାଉଛି। ଜିଆର୍‌ପି ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛି।

ଏହି ଶ୍ରମିକମାନଙ୍କୁ ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କା ଦେଇଥିବା ସୂଚନା ମିଳିଛି। ଶ୍ରମିକମାନେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍‌ଟି ସେମାନଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ ମଧ୍ୟରେ ଏହି ଘଟଣା ଘଟିଛି। ସେହି ସମୟ କିଛି ଶ୍ରମିକ ଶ୍ରେଣୀର ଲୋକେ ରେଳ ଲାଇନ୍ କଡ଼େ କଡ଼େ ଚାଲି ଚାଲି ଯାଉଥିଲେ। ସେମାନେ ରେଳ ଲାଇନ୍ ପାର କରିବାକୁ ଉଦ୍ୟମ କଲା ବେଳେ ଏହି ଘଟଣା ଘଟିଛି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଦେଖିଥିଲେ। ସେମାନେ ମୋଟ ୭ ଜଣ ଲୋକ ଥିଲେ। ତେବେ ଆଉ ୪ ଜଣ କୁଆଡ଼େ ଗଲେ ସେ ଦେଖି ନଥିବା କହିଛନ୍ତି।

ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ଜିଆର୍‌ପିକୁ ଖବର ଦେଇଥିଲେ। ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ସହିତ ଯାଉଥିବା ଅନ୍ୟ ଲୋକଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ।

 

Related story