ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ମୋହନା (ମିହିର ଜତି): ବାହା ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ଓଲଟିଲା ମିନି ଟ୍ରକ୍‌। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଗତକାଲି ଥିଲା ଆର.ଉଦୟଗିରି […]

paralakhemundi

Manoranjan Sial
  • Published: Tuesday, 16 February 2021
  • , Updated: 16 February 2021, 07:06 PM IST

ମୋହନା (ମିହିର ଜତି): ବାହା ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ଓଲଟିଲା ମିନି ଟ୍ରକ୍‌। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ଗତକାଲି ଥିଲା ଆର.ଉଦୟଗିରି ବ୍ଲକ ତୁମନ ଗାଁ ଟୁକୁନା ରଇତର ବାହାଘର। ସେଥିପାଇଁ ବର ଓ ବରଯାତ୍ରୀ ମୋହନା ବ୍ଲକ ଜାମଡିହ ଗାଁରୁ ଯାଇଥିଲେ। ବାହାଘର ସରିବା ପରେ ବର ଓ କନିଆ ଘରକୁ ଫେରିଥିଲେ। ଆଜି କନିଆ ଘର ଲୋକ ପ୍ରାୟ ୩୧ ଜଣ ଏକ ୪୦୭ ଟ୍ରକ୍‌ରେ ମୋହନା ଜାମଡିହ ଗାଁରୁ ତୁମନ ଗାଁକୁ ଭୋଜି ଖାଇବାକୁ ଆସୁଥିଲେ।

ତେବେ କଙ୍କଡାଗୁଡା ନିକଟରେ ବୁଲାଣିଆ ରାସ୍ତାରେ ଭାରସାମ୍ୟ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଜନତ ଦଳବେହେରା ଓ ଗାୟତ୍ରୀ ବଡରାଇତଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀମାନେ ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆର.ଉଦୟଗିରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ୪ ବର୍ଷର କୁନି ଝିଅ ଗାୟତ୍ରୀ ମଣ୍ଡଳଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପିଛା ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ମାଗଣା ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Related story