ଭୋଜି ସାରି ଫେରୁଥିବା ବେଳେ ହାଇୱା ଧକ୍କାରେ ୩ ବନ୍ଧୁ ମୃତ

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ତିନି ସାଙ୍ଗ ଭୋଜି ସାରି ଘରକୁ ଫେରୁଥିଲେ। ମାତ୍ର ଘରେ ପହଞ୍ଚିପାରିଲେ ନାହିଁ। ମାଝିରେ ରାସ୍ତାରେ ଭାରସାମ୍ୟ ହରାଇ ହାଇୱାରେ ପିଟି ହୋଇଗଲେ। ଫଳରେ ହାଇୱା ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଆଜି ସନ୍ଧ୍ୟା ବେଳେ ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ସିଂଘନପୁର ଗାଁର ମୀନକେତନ ଖର୍ସେଲ, ରାଜେନ୍ଦ୍ର ବରିଆ ଓ ମାଧବ କମ୍‌ଲିଆ ଏକ ବାଇକ୍‌ରେ ଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ଘରକୁ […]

accident

Manoranjan Sial
  • Published: Tuesday, 11 December 2018
  • , Updated: 11 December 2018, 09:42 PM IST

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ତିନି ସାଙ୍ଗ ଭୋଜି ସାରି ଘରକୁ ଫେରୁଥିଲେ। ମାତ୍ର ଘରେ ପହଞ୍ଚିପାରିଲେ ନାହିଁ। ମାଝିରେ ରାସ୍ତାରେ ଭାରସାମ୍ୟ ହରାଇ ହାଇୱାରେ ପିଟି ହୋଇଗଲେ। ଫଳରେ ହାଇୱା ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଆଜି ସନ୍ଧ୍ୟା ବେଳେ ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି।

ସିଂଘନପୁର ଗାଁର ମୀନକେତନ ଖର୍ସେଲ, ରାଜେନ୍ଦ୍ର ବରିଆ ଓ ମାଧବ କମ୍‌ଲିଆ ଏକ ବାଇକ୍‌ରେ ଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ଘରକୁ ଫେରୁଥିଲେ। ତେବେ ପଦ୍ମପୁର-ପାଇକମାଳ ରାସ୍ତାର ଗୋଇବାହାଲି ନିକଟରେ ସମ୍ମୁଖରେ ଆସୁଥିବା ଏକ ହାଇୱାକୁ ଧକ୍କା ଦେଇ ତିନି ସାଙ୍ଗ ତଳେ ପଡ଼ିଯାଇଥିଲେ। ହାଇୱାଟି ସେମାନଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related story