ପାଉଁଶ ହୋଇଗଲା ତିନୋଟି ପରିବାରର ଘର

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସି ଅନ୍ତର୍ଗତ କାକଂରା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ତିନୋଟି ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଗୋଟିଏ ଗାଈ ମଧ୍ୟ ପୋଡ଼ି ଗୁରୁତର ହୋଇଛି। ସୂଚନା ଅନୁଯାୟୀ, ଗାଁର ସୁଦାମ ପାତ୍ର, ସୂର୍ଯ୍ୟମଣି ପାତ୍ର ଓ ନିରଞ୍ଜନ ପାତ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ଆସବାବପତ୍ର ସହିତ ଧାନ, ଚାଉଳ ଓ […]

bhadrak

Jyoshna Pradhan
  • Published: Sunday, 10 November 2019
  • , Updated: 10 November 2019, 11:53 AM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସି ଅନ୍ତର୍ଗତ କାକଂରା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ତିନୋଟି ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଗୋଟିଏ ଗାଈ ମଧ୍ୟ ପୋଡ଼ି ଗୁରୁତର ହୋଇଛି।

ସୂଚନା ଅନୁଯାୟୀ, ଗାଁର ସୁଦାମ ପାତ୍ର, ସୂର୍ଯ୍ୟମଣି ପାତ୍ର ଓ ନିରଞ୍ଜନ ପାତ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ଆସବାବପତ୍ର ସହିତ ଧାନ, ଚାଉଳ ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ପୋଡ଼ି ନଷ୍ଟ ହୋଇଯାଇଛି।

ଖବର ପାଇ ଧାମନଗରରୁ ଅଗ୍ନିଶମ କର୍ମଚରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେକୁ ସବୁ ପୋଡ଼ି ପାଉଁଶ ହୋଇସାରିଥିଲା। ଵିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

Related story