ଏସିଡ୍‌ ମାଡ଼ରେ ଗୋଟିଏ ପରିବାରରେ ୪ ଗୁରୁତର

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ’ରେ ଏସିଡ୍‌ ମାଡ଼ ହୋଇଛି। ଫଳରେ ଗୋଟିଏ ପରିବାରରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏସିଡ୍‌ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ହୋଇଥିବା ଜଣାପଡ଼ିଛି। ଆଜି ସଞ୍ଜ ବେଳେ ନଗେନ୍ଦ୍ର ପାଣ୍ଡେ, ତାଙ୍କ ସ୍ତ୍ରୀ, ମାଆ ଓ ନଗେନ୍ଦ୍ରଙ୍କ ଭାଇଙ୍କ ସହ ଘରେ ବସିଥିଲେ। ଏହି ସମୟରେ ତାଙ୍କ ପଡୋଶୀ ଜଣେ ସୁନା ବ୍ୟବସାୟୀ ହଠାତ ଘର ଭିତରେ ପଶି […]

acid

Manoranjan Sial
  • Published: Wednesday, 05 February 2020
  • , Updated: 05 February 2020, 10:34 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ’ରେ ଏସିଡ୍‌ ମାଡ଼ ହୋଇଛି। ଫଳରେ ଗୋଟିଏ ପରିବାରରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏସିଡ୍‌ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ହୋଇଥିବା ଜଣାପଡ଼ିଛି।

ଆଜି ସଞ୍ଜ ବେଳେ ନଗେନ୍ଦ୍ର ପାଣ୍ଡେ, ତାଙ୍କ ସ୍ତ୍ରୀ, ମାଆ ଓ ନଗେନ୍ଦ୍ରଙ୍କ ଭାଇଙ୍କ ସହ ଘରେ ବସିଥିଲେ। ଏହି ସମୟରେ ତାଙ୍କ ପଡୋଶୀ ଜଣେ ସୁନା ବ୍ୟବସାୟୀ ହଠାତ ଘର ଭିତରେ ପଶି ନଗେନ୍ଦ୍ରଙ୍କ ଉପରେ ଏସିଡ୍ ମାଡ଼ କରିଥିଲେ। ଫଳରେ ନଗେନ୍ଦ୍ରଙ୍କ ସମେତ ସମସ୍ତେ ଗୁରୁତର ଆହତ ହୋଇଥିଲେ। ସେମସ୍ତଙ୍କୁ ଗୁରୁତର ଅବସ୍ଥାରେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ IGHକୁ ସ୍ଥାନାନ୍ତରିତ କରାଯାଇଛି।

ଏସିଡ୍‌ ମାଡ଼ ପରେ ଘଟଣା ସ୍ଥଳରୁ ସୁନା ବ୍ୟବସାୟୀ ଜଣକ ଫେରାର ହୋଇଯାଇଛନ୍ତି। ପାରିବାରିକ କଲହକୁ ନେଇ ଏସିଡ୍‌ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

Related story