ବିଦ୍ୟୁତ ସଂଯୋଗ ନାହିଁଁ, ଅକାମୀ ହୋଇପଡ଼ିଛି ପାର୍ବତୀଗିରି ସମେତ ୩ଟି ଜଳସେଚନ ପ୍ରକଳ୍ପ

ବଡ଼ଗଡ଼(ଦୀପକ ଶର୍ମା): ଶ୍ରାବଣରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟରେ ମରୁଡ଼ି ସ୍ଥିତି ଉପୁଜିଲାଣି। ଏପରି ସ୍ଥିତିରେ ଅକାମୀ ହୋଇପଡ଼ିଥିବା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ହେଲେ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିବା ଆଲୋଚନା ହେଉଛି। ଯେଉଁପାଇଁ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏହା ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା। ରାଜ୍ୟ ସରକାରଙ୍କ ମହତଙ୍କାକ୍ଷୀ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ, […]

Parbati giri water project

Manoranjan Sial
  • Published: Friday, 03 September 2021
  • , Updated: 03 September 2021, 04:38 PM IST

ବଡ଼ଗଡ଼(ଦୀପକ ଶର୍ମା): ଶ୍ରାବଣରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟରେ ମରୁଡ଼ି ସ୍ଥିତି ଉପୁଜିଲାଣି। ଏପରି ସ୍ଥିତିରେ ଅକାମୀ ହୋଇପଡ଼ିଥିବା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ହେଲେ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିବା ଆଲୋଚନା ହେଉଛି। ଯେଉଁପାଇଁ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏହା ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା। ରାଜ୍ୟ ସରକାରଙ୍କ ମହତଙ୍କାକ୍ଷୀ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ, ଚିକିଲି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଓ ଜାମପାଲି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହୋଇପାରିନଥିବାରୁ ଚାଷୀଙ୍କ ସେବାରେ ଲାଗି ପାରୁନାହିଁ। ଯେଉଁଥିପାଇଁ ଶ୍ରାବଣରେ ହଜାର ହଜାର ହେକ୍ଟର ଚାଷ ଜମି ଫାଟି ଆ’ କଲାଣି।

ଅମ୍ୱାଭୋନା ବ୍ଲକ ତାମଦେଈଠାରେ ନିର୍ମାଣ ହୋଇଛି ପାର୍ବତୀ ଗିରି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ। ଚାଷୀ ଭାବିଥିଲେ ପ୍ରଳଳ୍ପ ହେଲା ମରୁଡ଼ି ପ୍ରପିଡ଼ିତ ଅଞ୍ଚଳ ହେବ ସବୁଜିମା। ହେଲେ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ କାମରେ ଲାଗି ପାରୁନାହିଁ। ଯେଉଁଥିପାଇଁ ଚାଷୀମାନେ ପାଣି ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେପଟେ ଶ୍ରାବଣରେ ଜମି ଫାଟି ଆଁ କରିଛି।

ଅମ୍ୱାଭୋନା ବ୍ଲକରେ କେବଳ ପାର୍ବତୀ ଗିରି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ନୁହେଁ, ୪୨.୨୪ କୋଟି ଟଙ୍କାରେ ନିର୍ମିତ ଚିକିଲି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଓ ୨୭.୮୮ କୋଟି ଟଙ୍କା ବ୍ୟୟରେ ଜାମପାଲି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର ଅବସ୍ଥା ମଧ୍ୟ ସମାନ ରହିଛି। ବିଦ୍ୟୁତ ସଂଯୋଗ ହୋଇନଥିବାରୁ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ।

ଏହି ତିନି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ୪୭୨୦ ହେକ୍ଟର ଜମିରେ ଜଳସେଚନ ହୋଇପାରିଥାଆନ୍ତା। ହେଲେ ବିଦ୍ୟୁତ ସମସ୍ୟା ଯୋଗୁ ଏହି ତିନି ପ୍ରଳକ୍ପ ଲୋକଙ୍କ କାମରେ ଲାଗି ପାରୁନାହିଁ। ଯାହାଫଳରେ କୋଟି କୋଟି ଟଙ୍କାର ମେସିନ୍‌ ଓ ଯନ୍ତ୍ରାଂଶ ଖତା ଖାଉଛି। ଯେଉଁଥିପାଇଁ ଅଞ୍ଚଳବାସୀଙ୍କ ମନରେ ଉଙ୍କି ଉଠିଥିବା ଆଶା ଧୀରେ ଧୀରେ ମଉଳିବାରେ ଲାଗିଛି। ସେପଟେ ରାଜ୍ୟ ସରକାର ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଦୃଷ୍ଟି ଦେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ମରୁଡ଼ିକୁ ଦେଖି ଶୀଘ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଛି ବିଜେପି। ଏନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶୀଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି।

ଏ ସମ୍ପର୍କରେ ଉପଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ କହିଛନ୍ତି, ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ ଓ ଟାଟା ପାୱାର ସହିତ ବୈଠକ ହୋଇଛି। ଅତିଶୀଘ୍ର ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Related story