ତିନି ଜଣଙ୍କୁ ଝୁଣି ପକାଇଲା ଭାଲୁ

ନୂଆପଡା(ମାୟାଧର ସରାଫ): ଭାଲୁ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ନୂଆପଡ଼ା ଜିଲ୍ଲା ସମରସିଂ ଗ୍ରାମ୍ୟ ଜଙ୍ଗଲରେ ଘଟିଛି। ଆହତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ସକାଳେ ସମରସିଂ ଗାଁର ରତନ ମାଝି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରିଥିଲେ। ଦିନ ତମାମ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଏକଥା ଶୁଣିବା ପରେ […]

bear

Manoranjan Sial
  • Published: Friday, 15 July 2022
  • , Updated: 15 July 2022, 10:57 PM IST

ନୂଆପଡା(ମାୟାଧର ସରାଫ): ଭାଲୁ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ନୂଆପଡ଼ା ଜିଲ୍ଲା ସମରସିଂ ଗ୍ରାମ୍ୟ ଜଙ୍ଗଲରେ ଘଟିଛି। ଆହତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ସକାଳେ ସମରସିଂ ଗାଁର ରତନ ମାଝି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରିଥିଲେ। ଦିନ ତମାମ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଏକଥା ଶୁଣିବା ପରେ ଗାଁର ୭ରୁ ୮ ଜଣ ଯୁବକ ତାଙ୍କୁ ଖୋଜିବା ପାଇଁ ସନ୍ଧ୍ୟା ବେଳେ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲ ଭିତରେ ରତନର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ବେଳେ ନିକଟରେ ଭାଲୁ ବସିଥିବା ଦେଖିବାକୁ ମିଳିଥିଲା।

ଗାଁ ଲୋକଙ୍କୁ ଦେଖି ଭାଲୁଟି ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। ଭାଲୁ ହାବୁଡରେ ନକୂଳ ମାଝି, ରବି ରଣା, କୁନା ମାଝି ଓ ପରମେଶ୍ୱର ମାଝି ପଡ଼ି ଯାଇଥିଲେ। ଭାଲୁ ନକୂଳ ମାଝି ଓ ରବି ରଣାଙ୍କୁ ଖିନ୍‌ଭିନ୍‌ କରିଦେଇଥିଲା। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ତେବେ କୁନା ମାଝି ଓ ପରମେଶ୍ୱର ମାଝି ଗୁରୁତର ଆହତ ହୋଇଛନ୍ତି।

ଅନ୍ୟମାନେ ଦୌଡ଼ି ଗାଁକୁ ପଳାଇ ଆସିଥିଲେ। ପରେ ଗାଁରୁ ୫୦ରୁ ଅଧିକ ଯୁବକ ଏକ ସଙ୍ଗେ ଜଙ୍ଗଲକୁ ଯାଇ କୁନା ଓ ପରମେଶ୍ୱରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଉଭୟଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related story