ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଖେରୁଆଲ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ହେଲେ ରାଜୁ ପାଶୱାନ୍, ତାଙ୍କର ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶୱାନ୍।
[caption id="attachment_356817" align="aligncenter" width="750"]
ରାଜୁଙ୍କ ଘର ବିହାରର ବନାହି ଗାଁରେ। ତେବେ ସେ ଏଠାରେ ତାଙ୍କ ପରିବାର ସହ ରହୁଥିଲେ।
ଗତକାଲି ଏମାନେ ସମସ୍ତେ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ସନ୍ଧ୍ୟା ଯାଏ ନ ଫେରିବାରୁ ପରିବାର ଲୋକେ ଠେଲକୋଲୋଇ ଥାନାରେ ଅଭିଯୋଗ କରିଥିଲେ।
[caption id="attachment_356818" align="aligncenter" width="749"]
ଆଜି ସକାଳେ ଦମକଳ ବାହିନୀ ସହାୟତାରେ ୩ ଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା।
ଏହି ଘଟଣାକୁ ନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।