ବ୍ଲାକ୍ ଫଙ୍ଗସ୍ ଓ କୋଭିଡ୍ ତୃତୀୟ ଲହରକୁ ନେଇ ସରକାର ଚିନ୍ତାରେ, ମିଳିବ ୩ମାସର ଆଗୁଆ ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ବୃଦ୍ଧି ପାଉଥିବା ବ୍ଲାକ ଫଙ୍ଗସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ବ୍ୟକ୍ତ କରିବା ସହ କୋଭିଡର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କରୋନାରେ ପିତାମାତାଙ୍କୁ ହରାଇଥିବା ପିଲା ଓ ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କୁ ୧୫ଦିନ ଭିତରେ ମଧୁବାବୁ ପେନସନ ଯୋଜନାରେ ମାସିକ ପେନ୍‌ସନ୍ ଦେବା ସହ ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ଆଗୁଆ ୩ମାସର ପେନସନ ଦେବାକୁ ନିର୍ଦ୍ଦେଶ […]

pensioner-pti000000000000000000

Ordigital Desk
  • Published: Tuesday, 01 June 2021
  • , Updated: 01 June 2021, 10:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ବୃଦ୍ଧି ପାଉଥିବା ବ୍ଲାକ ଫଙ୍ଗସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ବ୍ୟକ୍ତ କରିବା ସହ କୋଭିଡର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କରୋନାରେ ପିତାମାତାଙ୍କୁ ହରାଇଥିବା ପିଲା ଓ ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କୁ ୧୫ଦିନ ଭିତରେ ମଧୁବାବୁ ପେନସନ ଯୋଜନାରେ ମାସିକ ପେନ୍‌ସନ୍ ଦେବା ସହ ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ଆଗୁଆ ୩ମାସର ପେନସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟରେ କୋଭିଡ୍ ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ । ଏବେ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବାରୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଲିମପ୍ରାପ୍ତ ଡାକ୍ତର ଓ ମେଡ଼ିସିନ ମହଜୁଦ ରଖିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟର ସବୁ ମେଡ଼ିକାଲ କଲେଜ ସମେତ ସବୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କୋଭିଡ୍ ଓ ଅଣକୋଭିଡ୍ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ଚିହ୍ନଟ କରି ଅଲଗା ଅଲଗା ୱାର୍ଡରେ ସେମାନଙ୍କର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡର ଦ୍ୱିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିବା ସହ ଏହି ଅଭିଜ୍ଞତାକୁ ଉପଯୋଗ କରି ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକସ୍ ରଖି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ରାଜ୍ୟରେ ସଂକ୍ରମଣ ହାର ୧୫ ପ୍ରତିଶତରୁ କମ ରହିଛି ଓ ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇଛି। ମାତ୍ର ବାତ୍ୟା ପ୍ରଭାବିତ ଅଂଚଳରେ ଅଧିକ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି । ମେ’ ୨୪ରୁ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେବା ସହ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନାରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଓ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ଆଗାମୀ ୨ ସପ୍ତାହ ମଧ୍ୟରେ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବା ସହ ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ୩ମାସର ଆଗୁଆ ଭତ୍ତା(ପେନସନ) ମିଳିବ। ନଗଦ ଆକାର ହିତାଧିକାରୀମାନଙ୍କୁ ଗାଁରେ ହିଁ ଏହି ପେନସନ୍ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ରାଜ୍ୟ ମୁଖ୍ୟ ସଚିବ,ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

Related story