‘ଅମ୍ଫାନ’ ପାଇଁ ଭଦ୍ରକର ତିନୋଟି ଅଞ୍ଚଳରେ ହାଇଆଲର୍ଟ ଜାରି

ଭଦ୍ରକ (ପାର୍ଥ ସାରଥୀ ନାୟକ): ମହାବାତ୍ୟା ‘ଅମ୍ଫାନ’ ପାଇଁ ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରବଳ ପବନ ସମ୍ଭାବନା ଥିବା ଦୃଷ୍ଟିରୁ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସଂପୃକ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସ୍ଥାନାନ୍ତର ପ୍ରକ୍ରିୟାରେ ଏନ୍‌ଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ […]

bhadrak

Tapaswini Nayak
  • Published: Tuesday, 19 May 2020
  • , Updated: 19 May 2020, 08:36 AM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ମହାବାତ୍ୟା ‘ଅମ୍ଫାନ’ ପାଇଁ ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରବଳ ପବନ ସମ୍ଭାବନା ଥିବା ଦୃଷ୍ଟିରୁ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସଂପୃକ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସ୍ଥାନାନ୍ତର ପ୍ରକ୍ରିୟାରେ ଏନ୍‌ଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ, ମହାବାତ୍ୟାର ରୂପ ନେବା ପରେ ‘ଅମ୍ଫାନ’ ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି। ଏହା ଏବେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଏ ନେଇ ସୂଚନା ଦିଆଯାଇଛି।

Related story