ନିର୍ବାଚନ ଡ୍ୟୁଟିରେ ଗଲାବେଳେ ଦୁର୍ଘଟଣା: ୩ ପୁଲିସ୍ ମୃତ, ୧୪ ଆହତ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ପୁଲିସ୍ କର୍ମଚାରୀଙ୍କ ଜୀବନ। ସେହିପରି ଆଉ ୧୪ ଜଣ ପୁଲିସ୍ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି। ଆଜି ରାତି ପ୍ରାୟ ୯ଟା ବେଳେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସୋରିଷପଦର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା। ଏକ ବସ୍‌ରେ ଏହି ପୁଲିସ୍ କର୍ମଚାରୀମାନେ ନବରଙ୍ଗପୁରରୁ କୋଷାଗୁମୁଡ଼ା ଯାଉଥିଲେ। ତେବେ ସୋରିଷପଦର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ […]

Accident

Jitendra Garnayak
  • Published: Friday, 18 February 2022
  • , Updated: 18 February 2022, 10:18 PM IST

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ପୁଲିସ୍ କର୍ମଚାରୀଙ୍କ ଜୀବନ। ସେହିପରି ଆଉ ୧୪ ଜଣ ପୁଲିସ୍ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି। ଆଜି ରାତି ପ୍ରାୟ ୯ଟା ବେଳେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସୋରିଷପଦର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା।

ଏକ ବସ୍‌ରେ ଏହି ପୁଲିସ୍ କର୍ମଚାରୀମାନେ ନବରଙ୍ଗପୁରରୁ କୋଷାଗୁମୁଡ଼ା ଯାଉଥିଲେ। ତେବେ ସୋରିଷପଦର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସମସ୍ତ ଆହତ ପୁଲିସ କର୍ମଚାରୀଙ୍କୁ ପ୍ରଥମେ ପାପଡ଼ାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ମୃତଦେହ ଗୁଡ଼ିକୁ ମଧ୍ୟ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

 

Related story